ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ…

ବରଗଡ,୨୨।୧୦(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାର କଂସଙ୍କ ବଢିଲା ଅଡୁଆ। ବରଗଡ ଧନୁଯାତ୍ରାର କଂସ ସାଜୁଥିବା ହୃଷିକେଷ ଭୋଇଙ୍କୁ ନିଲମ୍ବିତ କରାଯାଇଛି। ମହାପ୍ରୟାଣ ଗାଡିରେ ଶବ ପରିବହନ ବାବଦକୁ ମୃତକଙ୍କ ପରିବାରଠାରୁ ଲାଞ୍ଚ ନେବା ତାଙ୍କୁ ମହଙ୍ଗା ପଡିଛି। ବରଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡ୍ରାଇଭର ତଥା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ହୃଷୀକେଶ ଭୋଇଙ୍କୁ ନିଲମ୍ବନ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି। ସେହିପରି ଏହି ଘଟଣାକୁ ନେଇ ଜିଲା ମୁଖ୍ୟ […] The post ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ… appeared first on Dharitri Odia News.

ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ…

ବରଗଡ,୨୨।୧୦(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାର କଂସଙ୍କ ବଢିଲା ଅଡୁଆ। ବରଗଡ ଧନୁଯାତ୍ରାର କଂସ ସାଜୁଥିବା ହୃଷିକେଷ ଭୋଇଙ୍କୁ ନିଲମ୍ବିତ କରାଯାଇଛି। ମହାପ୍ରୟାଣ ଗାଡିରେ ଶବ ପରିବହନ ବାବଦକୁ ମୃତକଙ୍କ ପରିବାରଠାରୁ ଲାଞ୍ଚ ନେବା ତାଙ୍କୁ ମହଙ୍ଗା ପଡିଛି।

ବରଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡ୍ରାଇଭର ତଥା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ହୃଷୀକେଶ ଭୋଇଙ୍କୁ ନିଲମ୍ବନ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି। ସେହିପରି ଏହି ଘଟଣାକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଏତଲାକ୍ରମେ ହୃଷୀକେଶଙ୍କ ବିରୋଧରେ ଭଟଲି ଥାନାରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଏହାପରେ ଧନୁଯାତ୍ରା ମହୋତ୍ସବ ସମିତି ଆସନ୍ତା ଧନୁଯାତ୍ରା ମହୋତ୍ସବରେ ହୃଷୀକେଶଙ୍କୁ ପୁଣି କଂସ ଅଭିନୟର ସୁଯୋଗ ଦେବ କି ନାହିଁ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ, ଗାଇସିଲେଟ ବ୍ଲକ ଅନ୍ତର୍ଗତ ବଡ ସାହାଜବାହାଲ ଗ୍ରାମର ଜଣେ ମୃତକଙ୍କ ଶବ ମହାପ୍ରୟାଣ ଗାଡିରେ ନେବା ବାବଦକୁ ହୃଷୀକେଶ, ମୃତକଙ୍କ ପରିବାରଠାରୁ ଲାଞ୍ଚ ଆଣିଥିବା ଅଭିଯୋଗ ହୋଇଥିଲା।

The post ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ… appeared first on Dharitri Odia News.