ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା

ମୁମ୍ବାଇ,୨୧।୮: ମହାରାଷ୍ଟ୍ରର ରାଜ୍ୟ ସଭାର ଦୁଇଟି ଖାଲି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନାମାଙ୍କନ ପତ୍ରର ଶେଷ ତାରିଖ ବୁଧବାର ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସଭାର ଗୋଟିଏ ଆସନରେ ଭାଜପା ଏବଂ ଅଜିତ ପାୱାର ଦଳର ଏନସିପି ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏନସିପି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନୀତୀନ ପାଟିଲ ଏନସିପି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିବେ। ଭାଜପା ଧୌର୍ଯ୍ୟଶିଲ ପାଟିଲଙ୍କ ନାମ ଘୋଷଣା କରିଥିବା ବେଳେ ଅଜିତ ପାୱାର ଦଳକୁ ଭାଜପା […] The post ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା appeared first on Dharitri Odia News.

ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା

ମୁମ୍ବାଇ,୨୧।୮: ମହାରାଷ୍ଟ୍ରର ରାଜ୍ୟ ସଭାର ଦୁଇଟି ଖାଲି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନାମାଙ୍କନ ପତ୍ରର ଶେଷ ତାରିଖ ବୁଧବାର ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସଭାର ଗୋଟିଏ ଆସନରେ ଭାଜପା ଏବଂ ଅଜିତ ପାୱାର ଦଳର ଏନସିପି ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏନସିପି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନୀତୀନ ପାଟିଲ ଏନସିପି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିବେ।

ଭାଜପା ଧୌର୍ଯ୍ୟଶିଲ ପାଟିଲଙ୍କ ନାମ ଘୋଷଣା କରିଥିବା ବେଳେ ଅଜିତ ପାୱାର ଦଳକୁ ଭାଜପା ଦ୍ୱିତୀୟ ଆସନ ଦେଇଛି। ଯେତେବେଳେ ଧୌର୍ଯ୍ୟଶିଲ ଏବଂ ନୀତୀନ ନାମାଙ୍କନପତ୍ର ଦାଖଲ କରିବେ ସେତେବେଳେ ଡେପୁଟି ସିଏମ ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଅଜିତ ପାୱାର ଉପସ୍ଥିତ ରହିବେ।

ନୀତୀନ ପାଟିଲ ଏନସିପି ବିଧାୟକଙ୍କ ଭାଇ ଏବଂ ସାତାରା ଜିଲାର ଓ୍ବାଇରେ ତାଙ୍କର ଦବଦବା ରହିଛି। ନୀତୀନମଧ୍ୟ ସାତାରା ଡିସିସି ବ୍ୟାଙ୍କର ଚେୟାରମ୍ୟାନ ଅଟନ୍ତି। ତାଙ୍କୁ ଅନେକ ପ୍ଲାଟଫର୍ମରେ ଅଜିତ ପାୱାରଙ୍କ ସହ ମଧ୍ୟ ଦେଖିବାକୁ ମିଳିଛି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ମହାରାଷ୍ଟ୍ର କୃଷି ଦିବସରେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଥିଲେ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩ ରେ ମହାରାଷ୍ଟ୍ରର ଦୁଇଟି ଆସନ ସମେତ ମୋଟ ୧୨ ଟି ଖାଲି ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

The post ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା appeared first on Dharitri Odia News.