ମା’ ନା ପିଶାଚୀ,ପିଲା କାନ୍ଦିବାରୁ କୂଅରେ ଫୋପାଡ଼ି ହତ୍ୟା

ଅନୁଗୁଳ : ମା’ ନା ପିଶାଚୀ ! କଥାରେ କହନ୍ତି ଡାହାଣୀବି ୭ ଘର ଛାଡି ପ୍ରହାର କରେ I କିନ୍ତୁ ଏଠି ନିଜେ ଜନ୍ମକଲା ମା’ନିଜ ୩ ମାସର ଛୁଆଙ୍କୁ କୂଅରେ ପକାଇ ମାରିଦେବାକୁ ବି ପଛାଇଲା ନାହିଁ I କୂଅ ଭିତରୁ ଯମଜ ସନ୍ତାନଙ୍କ ମୃତଦେହ ଉଦ୍ଧାର ଘଟଣାରେ ମା’ହେଉଛି ମୁଖ୍ୟ କାର୍ପଟଦାର I ପିଲାମାନେ ରାତିରେ କାନ୍ଦିବାରୁ କଅଁଳା ଶିଶୁଙ୍କୁ ନିଜେ ହତ୍ୟା କରିଛି ମା’ I ବିବାହର ୧୦ ବର୍ଷପରେ ମାତୃତ୍ଵ […]

ମା’ ନା ପିଶାଚୀ,ପିଲା କାନ୍ଦିବାରୁ କୂଅରେ ଫୋପାଡ଼ି ହତ୍ୟା
ମା' ନା ପିଶାଚୀ,ପିଲା କାନ୍ଦିବାରୁ କୂଅରେ ଫୋପାଡ଼ି ହତ୍ୟା

ଅନୁଗୁଳ : ମା’ ନା ପିଶାଚୀ ! କଥାରେ କହନ୍ତି ଡାହାଣୀବି ୭ ଘର ଛାଡି ପ୍ରହାର କରେ I କିନ୍ତୁ ଏଠି ନିଜେ ଜନ୍ମକଲା ମା’ନିଜ ୩ ମାସର ଛୁଆଙ୍କୁ କୂଅରେ ପକାଇ ମାରିଦେବାକୁ ବି ପଛାଇଲା ନାହିଁ I କୂଅ ଭିତରୁ ଯମଜ ସନ୍ତାନଙ୍କ ମୃତଦେହ ଉଦ୍ଧାର ଘଟଣାରେ ମା’ହେଉଛି ମୁଖ୍ୟ କାର୍ପଟଦାର I ପିଲାମାନେ ରାତିରେ କାନ୍ଦିବାରୁ କଅଁଳା ଶିଶୁଙ୍କୁ ନିଜେ ହତ୍ୟା କରିଛି ମା’ I ବିବାହର ୧୦ ବର୍ଷପରେ ମାତୃତ୍ଵ ପାଇଥିବା ମା’ନିଜ କୋଳ ନିଜେ ଖାଲି କରିଦେଇଛି I ଏଇଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ I ହତ୍ୟାକାରୀଣି ମା’ ହେଉଛି ତପସ୍ୱିନୀ ସାହୁ I ସ୍ୱାମୀ ସୁନୀଲ ସାହୁ I

ଘଟନାନୁସାରେ,ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ ରହନ୍ତି ସାହୁ ପରିବାର I ସୁନୀଲ ସାହୁଙ୍କ ୩ ଭାଇ I ବଡ଼ ଭାଇଙ୍କର ବିବାହ ହୋଇ ନଥିବାବେଳେ ମଝିଆ ଭାଇ ମଧ୍ୟ ଦୀର୍ଘ ବର୍ଷ ହେବ ନିଃସନ୍ତାନ ଅଛନ୍ତି I ସେହିପରି ସୁନୀଲଙ୍କର ବିବାହର ଦୀର୍ଘ ୧୦ ବର୍ଷପରେ ଯମଜ ସନ୍ତାନ ହୋଇଥିବାରୁ ପରିବାରରେ ଖୁସିର ମୋହୋଲ ଥିଲା I ଏମାନଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଥିଲେ I ସୁନୀଲଙ୍କ ଭାଉଜ ରୀତା ସାହୁ ପିଲାଙ୍କ ଯତ୍ନ ନେଉଥିବା ବେଳେ ନିଜ ପିଲା ପରି ସେମାନଙ୍କୁ ପାଳୁଥିଲେ।

ଅଭିଯୁକ୍ତା ତପସ୍ୱିନୀ ସାହୁଙ୍କ ପ୍ରାଥମିକ ବୟାନ ଅନୁସାରେ,ଗତକାଲି ସନ୍ଧ୍ୟାବେଳେ ସେ ଘର ଭିତରେ ପିଲାଙ୍କୁ ଶୁଆଇ ଘର ପାଖରେ କ୍ଷୀର ଆଣିବାକୁ ଯାଇଥିଲେ I ଏହାପରେ ଫେରି ଆସି ଘରେ ପିଲାମାନେ ନଥିବାର ଦେଖିଥିଲେ I ତେଣୁ ପରିବାର ଲୋକେ ବହୁ ଖୋଜ ଖୋଜି କରିଥିଲେ I ଏହାପରେ ଦୁଇ ପିଲାଙ୍କୁ ବାଡ଼ି ପଛପଟେ ଥିବା କୂଅରେ ପଡିଥିବାର ଦେଖିବାକୁ ପାଇଥିଲେ I ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ଉଭୟଙ୍କ ମୃତଦେହ ବ୍ୟବଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଥିଲା I ସନ୍ଦେହ ହେବାରୁ ତପସ୍ୱିନୀ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା I ପୋଲିସର ତୁହାକୁ ତୁହା ଜେରାର ତପସ୍ୱିନୀ ପିଲାଙ୍କୁ କୂଅରେ ପକାଇଥିବା କଥା ମାନି ଯାଇଥିଲା I ତେବେ ତପସ୍ବିନୀଙ୍କ ମଝିଆ ଯା’ରୀତା ସାହୁ କହିଛନ୍ତି ପିଲାଙ୍କ କାନ୍ଦ ଯୋଗୁ ରାତିରେ ତପସ୍ୱିନୀ ଶୋଇ ପାରୁ ନ ଥିବା ବେଳେ ମରିଯିବି ବୋଲି ସବୁବେଳେ କହୁଥିଲା I ଅବସାଦ ଯୋଗୁଁ ତପସ୍ୱିନୀ ଏଇଭଳି କାଣ୍ଡ କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି I