ମୋଦିଙ୍କୁ ସବୁଠୁ ବଡ଼ ଆଟାକ୍ କଲେ ରାହୁଲ, କହିଲେ ଯେତେ ଛାତି ପିଟିଲେ ବି…
ନୂଆଦିଲ୍ଲୀ,୫।୭: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଟାର୍ଗେଟ କରିଛନ୍ତି। ଏଥର ସେ ଆମେରିକାର ଶୁଳ୍କ ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଣଠେସା କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରେ କହିଛନ୍ତି ଯେ ମୋଦି ସରକାର ଆମେରିକାର ଚାପରେ ଆସି ଟ୍ରମ୍ପଙ୍କ ଦ୍ୱାରା ର୍ନିଦ୍ଧାରିତ ସମୟସୀମା ଆଗରେ ମୁଣ୍ଡ ନୁଆଁଇବେ। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, […] The post ମୋଦିଙ୍କୁ ସବୁଠୁ ବଡ଼ ଆଟାକ୍ କଲେ ରାହୁଲ, କହିଲେ ଯେତେ ଛାତି ପିଟିଲେ ବି… appeared first on Dharitri Odia News.
ନୂଆଦିଲ୍ଲୀ,୫।୭: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଟାର୍ଗେଟ କରିଛନ୍ତି। ଏଥର ସେ ଆମେରିକାର ଶୁଳ୍କ ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଣଠେସା କରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରେ କହିଛନ୍ତି ଯେ ମୋଦି ସରକାର ଆମେରିକାର ଚାପରେ ଆସି ଟ୍ରମ୍ପଙ୍କ ଦ୍ୱାରା ର୍ନିଦ୍ଧାରିତ ସମୟସୀମା ଆଗରେ ମୁଣ୍ଡ ନୁଆଁଇବେ।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ପୀୟୁଷ ଗୋୟଲ ଯେତେ ଗର୍ବ କରନ୍ତୁ, ମୋର କଥା ଲେଖି ରଖନ୍ତୁ, ମୋଦି ଚୁପଚାପ ଟ୍ରମ୍ପଙ୍କ ଶୁଳ୍କ ସମୟସୀମା ଆଗରେ ମୁଣ୍ଡ ନୁଆଁଇବେ।” କଂଗ୍ରେସ ନେତାଙ୍କ ଏହି ବୟାନ ଏପରି ସମୟରେ ଦେଇଛନ୍ତି ଯେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଶୁଳ୍କକୁ ନେଇ ଉତ୍ତେଜନା ରହିଛି।
ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ନେଇ ଭାରତକୁ ଚେତାବନୀ ଦେଇଥିଲେ। ବିରୋଧୀ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଉପରେ ଲଗାତାର ପ୍ରଶ୍ନ ଉଠାଉଛି।
କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ଯେ ଭାରତ ନିଜ ସର୍ତ୍ତରେ ବାଣିଜ୍ୟ ଚୁକ୍ତି କରେ। ଆମେରିକା, ୟୁରୋପୀୟ ସଂଘ, ନ୍ୟୁଜିଲ୍ୟାଣ୍ଡ, ଓମାନ, ଚିଲି ଏବଂ ପେରୁ ଭଳି ଦେଶ ସହିତ କଥାବାର୍ତ୍ତା ଚାଲିଛି। ସେ କହିଛନ୍ତି ଯେ, ଭାରତ ସେତେବେଳେ ଚୁକ୍ତି କରେ ଯେତେବେଳେ ଉଭୟ ଦେଶ ଲାଭବାନ ହୁଅନ୍ତି ଏବଂ ଭାରତର ସୱାର୍ଥ ସୁରକ୍ଷିତ ଥାଏ। ଦେଶର ସ୍ବାର୍ଥ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପୀୟୁଷ ଗୋୟଲ ଏହା ମଧ୍ୟ କହିଛନ୍ତି ଯେ ଭାରତ କୌଣସି ସମୟସୀମା ଚାପରେ କୌଣସି ଚୁକ୍ତି କରେ ନାହିଁ। ଆମେ କେବଳ ସେତେବେଳେ ଏକ ଚୁକ୍ତିକୁ ଅନୁମୋଦନ କରୁ ଯେତେବେଳେ ଏହା ଦେଶ ପାଇଁ ଭଲ।
ପ୍ରକୃତରେ, ଭାରତ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଏହା କୌଣସି ଚାପରେ ବାଣିଜ୍ୟ ଚୁକ୍ତିରେ ପ୍ରବେଶ କରିବ ନାହିଁ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ 100 ଦେଶ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିଥିଲେ, ଯେଉଁଥିରେ ଭାରତ ଉପରେ 26% ଶୁଳ୍କ ଲାଗୁ କରାଯାଇଥିଲା। ଯଦିଓ ପରେ ଆମେରିକା ଏହି ଶୁଳ୍କଗୁଡ଼ିକୁ 90 ଦିନ ପାଇଁ ସ୍ଥଗିତ ରଖିଥିଲା, କିନ୍ତୁ ଏହି ଛାଡ଼ ଜୁଲାଇ 9 ରେ ଶେଷ ହେଉଛି। ଏହି କାରଣରୁ, ଏହି ବାଣିଜ୍ୟ ଚୁକ୍ତି ବିଷୟରେ ଆଲୋଚନା ତୀବ୍ର ହୋଇଛି।
The post ମୋଦିଙ୍କୁ ସବୁଠୁ ବଡ଼ ଆଟାକ୍ କଲେ ରାହୁଲ, କହିଲେ ଯେତେ ଛାତି ପିଟିଲେ ବି… appeared first on Dharitri Odia News.