ରାଶିଫଳ: ବୁଧବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଅର୍ଥ, ବିଳାସବ୍ୟସନ, ସନ୍ତାନ ସୁଖ, ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ଦେଖାଦେବ। ଶନି ପ୍ରଭାବରୁ କାମ କରିବାକୁ ଇଚ୍ଛା ହେବନାହିଁ କିମ୍ବା ବିଭିନ୍ନ ଝମେଲା ମଧ୍ୟରେ ଅଶାନ୍ତ ରହିବେ। ପରିବହନ ଓ ବ୍ୟବସାୟରେ ସୁବିଧା ସୁଯୋଗ ପାଇପାରନ୍ତି। ବୃଷ ଚନ୍ଦ୍ରମଙ୍ଗଳ ଯୋଗରୁ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଓ ସୌହାର୍ଦ୍ଦ୍ୟ ମଧ୍ୟରେ ଆଜିର ପାରିବାରିକ କ୍ଷେତ୍ରଟି ସନ୍ତୋଷଜନକ ରହିବ। ଗୃହ, ଯାନବାହନ, ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ […] The post ରାଶିଫଳ: ବୁଧବାର, ଜୁଲାଇ ୩୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଜୁଲାଇ ୩୦ ତାରିଖ – Daily Horoscope
ମେଷ
ଆଜିର ଗ୍ରହସ୍ଥିତି ଅର୍ଥ, ବିଳାସବ୍ୟସନ, ସନ୍ତାନ ସୁଖ, ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ଦେଖାଦେବ। ଶନି ପ୍ରଭାବରୁ କାମ କରିବାକୁ ଇଚ୍ଛା ହେବନାହିଁ କିମ୍ବା ବିଭିନ୍ନ ଝମେଲା ମଧ୍ୟରେ ଅଶାନ୍ତ ରହିବେ। ପରିବହନ ଓ ବ୍ୟବସାୟରେ ସୁବିଧା ସୁଯୋଗ ପାଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ରମଙ୍ଗଳ ଯୋଗରୁ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଓ ସୌହାର୍ଦ୍ଦ୍ୟ ମଧ୍ୟରେ ଆଜିର ପାରିବାରିକ କ୍ଷେତ୍ରଟି ସନ୍ତୋଷଜନକ ରହିବ। ଗୃହ, ଯାନବାହନ, ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ସଭାସମିତି, ସଂଗଠନ, ରାଜନୀତିରେ ଫଳପ୍ରଦ ଆଲୋଚନା କରିବେ। ଶିକ୍ଷା, ସନ୍ତାନ, ପରୀକ୍ଷା, ଆଲୋଚନାଦି ପାଇଁ ଦିନଟି ମନ୍ଦ ହେବନି।
ମିଥୁନ
ମିଥୁନ
ବନ୍ଧୁଙ୍କ ସାହାଯ୍ୟରେ ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବେ। ଅର୍ଥ ସମ୍ପର୍କୀୟ କଥାବାର୍ତ୍ତାରେ ଅଗ୍ରଗତି ଘଟିବ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ କ୍ରୀଡ଼ା ପ୍ରଭୃତିରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ରବିଙ୍କ ପ୍ରଭାବରୁ ସରକାରୀ ସ୍ତରରେ ଅଟକିଥିବା କାମ, ନିର୍ମାଣାଧୀନ କାମ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ପାଇପାରନ୍ତି।
କର୍କଟ
କର୍କଟ
ଶନି ଦୃଷ୍ଟ ଚନ୍ଦ୍ର ଯୋଗୁ ଧନହାନି କିମ୍ବା ଅର୍ଥ ସମ୍ପର୍କକୁ କେନ୍ଦ୍ରକରି କଳହ ଲାଗିପାରେ। ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଶେଷ ସମୟରେ ଯାତ୍ରା ବାତିଲ୍‌ ହୋଇଯିବ। ନିକଟ ଅତୀତରେ ଘଟିଯାଇଥିବା ଘଟଣା ମାନସିକ ସ୍ତରରେ ଆଲୋଡ଼ନ ସୃଷ୍ଟିକରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ।
ସି˚ହ
ସି˚ହ
ରାଶିରେ କେତୁ ଯୋଗୁ ପରିସ୍ଥିତିର ଜଟିଳତା ମନକୁ ବିଷାଦିତ କରି ରଖିବ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା, ଯାତ୍ରାସକାଶେ କିମ୍ବା ବାଣିଜ୍ୟରେ ଅର୍ଥ ବିନିଯୋଗ ଦିଗରେ ଅର୍ଥସଙ୍କଟ ଦେଖାଦେବ। କୌଣସି ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ପଦସ୍ଥଙ୍କ ସହାୟତାରେ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ।
କନ୍ୟା
ପୂର୍ବ ନିଷ୍ପତ୍ତି ପ୍ରକାରେ ଯାହା ପାଇବା କଥା ତାହା ଅଟକି ରହିଯାଇପାରେ। ତୃତୀୟ ଅଷ୍ଟମାଧିପ ମଙ୍ଗଳ ଲାଭାଧିପତି ଯୁକ୍ତ ପରୋକ୍ଷ ଶତ୍ରୁତାର ପରିଣାମ ସ୍ବରୂପ ମାନସିକ ସ୍ଥିତି ଭଲ ରହିବନାହିଁ। ଅଫିସରେ କୌଣସି ମନ୍ତବ୍ୟ ଦେଇ ବିବାଦୀୟ ହୋଇପାରନ୍ତି। ବ୍ୟବସାୟ, ପରିବହନ ତଥା ବିକ୍ରୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ତୁଳା
ତୁଳା
ଶୁକ୍ର ଷଷ୍ଠାଧିପତି ଯୁକ୍ତ ଯୋଗୁ ଆଜି ଯାହା କରନ୍ତୁନା କାହିଁକି କୌଣସି କାମ ସମ୍ପନ୍ନ କଷ୍ଟକର ହେବ। ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ। ବନ୍ଧୁଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବାର ସୂଚନା ରହିଛି।
ବିଛା
ବିଛା
ଆଜିର ଚନ୍ଦ୍ରଙ୍କ ସ୍ଥିତି ନୂତନ କର୍ମ, ଚିନ୍ତା, ଯୋଜନା ପାଇଁ ଅନୁକୂଳ ଖୋରାକି ଯୋଗାଇବ। ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡ଼ିବେ। ସବୁ ସମୟରେ ଅଯଥାଗୁଡ଼ିଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରିପାରିବେ ନାହିଁ ।
ଧନୁ
ଧନୁ
ରାହୁ ଦୃଷ୍ଟ ଗୁରୁଙ୍କ ଯୋଗୁ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇ ସାଙ୍ଗ, ସାଥୀଙ୍କ ସହ ତର୍କ କରିବା ଠିକ୍‌ ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଭ୍ରାତୃ ସମ୍ପର୍କ କିମ୍ବା ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମକର
ମକର
ଚନ୍ଦ୍ରଙ୍କ ଶନିଙ୍କ ଦୃଷ୍ଟିରୁ ଗମ୍ଭୀର ପରିବେଶକୁ ସରଳ, ସୁନ୍ଦର କରିବାରେ ଆପଣଙ୍କ କଥା କାମକୁ ଆସିବ। ଯାତ୍ରା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
କୁମ୍ଭ
କୁମ୍ଭ
ସକାଳୁ ବିବାଦୀୟ ଘଟଣା, ଅର୍ଥ ପ୍ରାପ୍ତିର ଦିଗ, ବିରୋଧ କରୁଥିବା ବନ୍ଧୁଙ୍କ ସମ୍ପର୍କରେ ଆଲୋଚନା କରିପାରନ୍ତି। କେତୁ ପ୍ରଭାବରୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ଆଶଙ୍କା ରହିଛି। ସମସ୍ୟା ବୃଦ୍ଧି କାରଣରୁ ପାରିବାରିକ ଭାବପ୍ରବଣତା ବିବ୍ରତ କରିବ। ବନ୍ଧୁଙ୍କ ମେଳରେ ଗାମ୍ଭୀଯର୍‌ୟ ରକ୍ଷା କରି ସମାଲୋଚିତ ହେବାକୁ ପଡ଼ିପାରେ।
ମୀନମୀନ

ଚନ୍ଦ୍ର କେନ୍ଦ୍ରସ୍ଥ ଶନି ଯୋଗୁ ଆଜି ମାପିଚୁପି କହିବା ଓ ପ୍ରସଙ୍ଗ ବହିର୍ଭୂତ କଥା ନ କହିବା ଭଲ ହେବ। ପରିବାରର ପରିସ୍ଥିତି ଏହିପରି ହେବ ଯେ-କହିଲେ ଅସୁବିଧା କିମ୍ବା ନ କହି ରହିପାରିବେ ନାହିଁ। ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ଦୂରଯାତ୍ରାର ସୁଯୋଗ ପାଇବେ।

The post ରାଶିଫଳ: ବୁଧବାର, ଜୁଲାଇ ୩୦ ତାରିଖ – Daily Horoscope appeared first on Dharitri Odia News.