ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ।

କନକବ୍ୟୁରୋ: ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ ପରିଚାଳନାର ସମୀକ୍ଷା କଲେ । କିଏ କେଉଁ ଦାୟିତ୍ୱରେ ଅଛି କାର୍ୟ୍ୟକ୍ରମ କେମିତି ଚାଲିଛି ପ୍ରତିଟି ନେତାଙ୍କ ସହ କଥା ହେଲେ । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ସମୀକ୍ଷା କଲେ । ଏଥିସହ ଗୁରୁ […] The post ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । first appeared on Kanak News.

ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ।

କନକବ୍ୟୁରୋ: ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ ପରିଚାଳନାର ସମୀକ୍ଷା କଲେ । କିଏ କେଉଁ ଦାୟିତ୍ୱରେ ଅଛି କାର୍ୟ୍ୟକ୍ରମ କେମିତି ଚାଲିଛି ପ୍ରତିଟି ନେତାଙ୍କ ସହ କଥା ହେଲେ । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ସମୀକ୍ଷା କଲେ । ଏଥିସହ ଗୁରୁ ମନ୍ତ୍ର ବି ଦେଲେ ମୋଦୀ ।

ଟିକେଟ ନନେଇ ସଂଗଠନ ପାଇଁ କାମ କରୁଥିବା କାର୍ୟ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂଶା କଲେ । ତାଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଦେଇ ଜୋଶ ବଢ଼େଇଲେ । କିଏ କେତେ କାମ କରୁଛନ୍ତି, କେତେବେଳେ ଖାଉଛନ୍ତି, କାର୍ୟ୍ୟକର୍ତ୍ତର ପ୍ରତିଟି କଥା ପଚାରି ବୁଝିଥିଲେ । ୧୯୮୬ ସଂଗଠନ ମନ୍ତ୍ରୀ ବେଳେ ପାର୍ଟି ଅଫିସ ଆସିଥିଲେ, ସେ କଥା ମାନେ ପକାଇ ଭାବ ବିହ୍ଵଳ ହେଲେ ସେତବେଳେର ଦାୟିତ୍ୱରେ ଥିବା କାର୍ୟ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ ।

 

 

 

The post ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । first appeared on Kanak News.