ନିଦ୍ରାହୀନତାର କାରଣ ସ୍କ୍ରିନ ଟାଇମ
ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ସ୍କ୍ରିନ୍ ଟାଇମ ନିଦ୍ରାହୀନତାର ଏକ ବଡ କାରଣ । ଆମ ଦୈନନ୍ଦିନ ଜୀବନରେ ଏହା ଏକ ଏପରି କଥା ଯାହା ଲୁଚାଚୋରାରେ ଆମ ନିଦ ଉପରେ ପ୍ରଭାବ ପକାଉଛି । ଆଜିକାଲି ଦିନ ଆରମ୍ଭ ହେଉଛି ମୋବାଇଲ୍ରୁ । କିଛି ଲୋକଙ୍କର ମୋବାଇଲ ଯେପରି ସବୁବେଳେ ଆକଫିଭ ରହୁଛି । ସେମାନଙ୍କୁ ଦିନ ରାତି ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଆଲର୍ଟ ମିଳିବାରେ ଲାଗିଛି । […]

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ସ୍କ୍ରିନ୍ ଟାଇମ ନିଦ୍ରାହୀନତାର ଏକ ବଡ କାରଣ । ଆମ ଦୈନନ୍ଦିନ ଜୀବନରେ ଏହା ଏକ ଏପରି କଥା ଯାହା ଲୁଚାଚୋରାରେ ଆମ ନିଦ ଉପରେ ପ୍ରଭାବ ପକାଉଛି । ଆଜିକାଲି ଦିନ ଆରମ୍ଭ ହେଉଛି ମୋବାଇଲ୍ରୁ । କିଛି ଲୋକଙ୍କର ମୋବାଇଲ ଯେପରି ସବୁବେଳେ ଆକଫିଭ ରହୁଛି । ସେମାନଙ୍କୁ ଦିନ ରାତି ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଆଲର୍ଟ ମିଳିବାରେ ଲାଗିଛି । ସବୁକିଛି ଘଟଣା ବର୍ତ୍ତମାନ ସ୍ପିଡ ଅପ ହେବାରେ ଲାଗିଛି, ଯାହାର ପ୍ରଭାବ ଆମ ମସ୍ତିଷ୍କ ଉପରେ ସବୁଠାରୁ ଅଧିକ ପଡୁଛି । ତେବେ ଅଧିକ ସମୟ ମୋବାଇଲ ଦେଖାର ପ୍ରଭାବ ଆମ ନିଦ ଉପରେ ସବୁଠାରୁ ଅଧିକ ପଡୁଛି । ମୋବାଇଲରେ ବ୍ଲì ଲାଇଟ୍ କାରଣରୁ ଆମର ନିଦ ଧୀରେଧୀରେ କମିବାରେ ଲାଗୁଥିବା ଜଣା ପଡିଛି । ଅଧିକ ସମୟ ମୋବାଇଲ ଓ ଲାପଟପରେ ବିତାଇବା କାରଣରୁ ଅନେକଙ୍କ କ୍ଷେତ୍ରରେ ସ୍କି୍ରନ ଫଟିଗୋ ଦେଖିବାକୁ ମିଳୁଛି । ସେହିଭଳି ଏହି କାରଣରୁ ଷ୍ଟ୍ରେସ ଲେବଲ ମଧ୍ୟ ବଢୁଛି । ତେଣୁ ବର୍ତ୍ତମାନ ଏକ ହେଲ୍ଦି ଲାଇଫ ଷ୍ଟାଇଲ ପାଇଁ ମୋବାଇଲ ଠାରୁ ଦୂରରେ ରହିବା ସବୁଠାରୁ ଅଧିକ ଆବଶ୍ୟକ ରହିଛି ।