ତାତିରୁ ନାହିଁ ନିସ୍ତାର ,ଆହୁରି ୩ ଦିନ ହେବ ଅଗ୍ନିଵର୍ଷା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ତାତି I ସକାଳ ପହରୁ ଆରମ୍ଭ ହେଇ ଯାଉଛି ଅଗ୍ନି ବର୍ଷା I ଏହା ସାଙ୍ଗକୁ ଝାଞ୍ଜି ପବନ ମାଡ଼ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକିଲେଣି ଲୋକେ I ତେବେ ରାଜ୍ୟରେ ଏପରି ଅବସ୍ଥା ଆଗକୁ ଆହୁରି ୩ ଦିନ ଧରି ଲାଗି ରହିବ ବୋଲି ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ I ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହକୁ ନେଇ ଟ୍ୱିନ ସିଟି […]

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ତାତି I ସକାଳ ପହରୁ ଆରମ୍ଭ ହେଇ ଯାଉଛି ଅଗ୍ନି ବର୍ଷା I ଏହା ସାଙ୍ଗକୁ ଝାଞ୍ଜି ପବନ ମାଡ଼ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକିଲେଣି ଲୋକେ I ତେବେ ରାଜ୍ୟରେ ଏପରି ଅବସ୍ଥା ଆଗକୁ ଆହୁରି ୩ ଦିନ ଧରି ଲାଗି ରହିବ ବୋଲି ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ I ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହକୁ ନେଇ ଟ୍ୱିନ ସିଟି ସମେତ ବାଲେଶ୍ୱର ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି I ଟ୍ବିନ୍ ସିଟିରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ। ତେଣୁ କଟକ- ଭୁବନେଶ୍ୱର ପାଇଁ ରେଡ ୱାର୍ନିଂ ଜାରି କରାଯାଇଛି। ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେଉଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି।
ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୫ ତାରଖରେ ପାଗରେ ପରିବର୍ତ୍ତନ ହୋଇପାରେ। ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨-୩ ଡ଼ିଗ୍ରି କମିବ। ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ହିଟ ୱେଭ ସ୍ଥିତି ଜାରି ରହିବ।
ଆଜି ସକାଳ ସାଢେ ୮ରେ ପାରଦ ୩୮ ଡିଗ୍ରୀ ଟପିଯାଇଛି । ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟି ଥିବାବେଳେ ସକାଳ ୧୧ ଟା ବେଳକୁ ଭୁବନେଶ୍ୱରର ତାପମାତ୍ରା ୪୩.୬ ରେ ପହଞ୍ଚିଥିଲା I ସେହିପରି ଦିନ ସାଢେ ୧୧ ଟା ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୪୪.୧ ରେ ସବୁଠାରୁ ଉତପ୍ତ ସହର ପାଲଟିଥିଲା I ଝାରସୁଗୁଡା ୪୨.୫ କେନ୍ଦୁଝର ୪୧.୪ ଏବଂ ଚାନ୍ଦବାଲିର ତାପମାତ୍ରା ୪୧.୨ ରେକର୍ଡ କରାଯାଇଛି I