ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ

ୱାଶିଂଟନ୍‌:ତେବେ ପିଲାଙ୍କ ପରୀକ୍ଷାକୁ ନେଇ ଆମେରିକାର କାଲିଫର୍ନିଆର ଏକ ବିଦ୍ୟାଳୟରୁ ଗୋଟିଏ ଆଶ୍ଚର୍ଯକର ଘଟଣା ସାମ୍‌ନାକୁ ଆସିଛି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ଏକ ଅଜବ ଆଦେଶକୁ ନେଇ ବିବାଦ ଦେଖାଦେଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ କରିଥିବା ନିୟମ ଅନୁଯାୟୀ, ଯଦି ସେ କ୍ଲାସ୍‌ ନେଉଥିବା ସମୟରେ କୌଣସି ଛାତ୍ରୀଛାତ୍ର ଓ୍ବାଶ୍‌ରୁମକୁ ଯାଆନ୍ତି ନାହିଁ, ତେବେ ସେମାନଙ୍କୁ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। କେବଳ ଏତିକି ନୁହେଁ, ଉକ୍ତ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ବାଥ୍‌ରୁମ ପାସ୍‌ ମଧ୍ୟ ଦେଇଛନ୍ତି। […] The post ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ appeared first on Dharitri Odia News.

ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ

ୱାଶିଂଟନ୍‌:ତେବେ ପିଲାଙ୍କ ପରୀକ୍ଷାକୁ ନେଇ ଆମେରିକାର କାଲିଫର୍ନିଆର ଏକ ବିଦ୍ୟାଳୟରୁ ଗୋଟିଏ ଆଶ୍ଚର୍ଯକର ଘଟଣା ସାମ୍‌ନାକୁ ଆସିଛି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କ ଏକ ଅଜବ ଆଦେଶକୁ ନେଇ ବିବାଦ ଦେଖାଦେଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ କରିଥିବା ନିୟମ ଅନୁଯାୟୀ, ଯଦି ସେ କ୍ଲାସ୍‌ ନେଉଥିବା ସମୟରେ କୌଣସି ଛାତ୍ରୀଛାତ୍ର ଓ୍ବାଶ୍‌ରୁମକୁ ଯାଆନ୍ତି ନାହିଁ, ତେବେ ସେମାନଙ୍କୁ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। କେବଳ ଏତିକି ନୁହେଁ, ଉକ୍ତ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ବାଥ୍‌ରୁମ ପାସ୍‌ ମଧ୍ୟ ଦେଇଛନ୍ତି। ଶିକ୍ଷୟିତ୍ରୀଙ୍କ ଏପରି ନିୟମକୁ ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିରୋଧ କରିଛନ୍ତି। ଶିକ୍ଷୟିତ୍ରୀ ଜଣକ ସ୍କୁଲ୍‌ରେ ବାଥ୍‌ରୁମ୍‌ ପଲିସି ଜାରି କରିଥିବା ନେଇ ଜଣେ ଅଭିଭାବକ ଗୁରୁବାର ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିଭାବକ ଜଣକ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ତାଙ୍କ ଝିଅ ପଢ଼ୁଥିବା ସ୍କୁଲ୍‌ରେ ଜଣେ ଗଣିତ ଶିକ୍ଷୟିତ୍ରୀ ଏକ ଅଜବ ନିୟମ ବାହାର କରିଛନ୍ତି। ନିୟମ ଅନୁଯାୟୀ, ପ୍ରତି ସପ୍ତାହରେ ପିଲାମାନଙ୍କୁ ଗୋଟିଏ ଲେଖାଏ ବାଥ୍‌ରୁମ ପାସ୍‌ ମିଳିବ। ତେବେ ଯେଉଁ ଯେଉଁ ଛାତ୍ରୀଛାତ୍ର ଏହି ପାସ୍‌କୁ ବ୍ୟବହାର କରିବେ ନାହିଁ, ସେମାନଙ୍କୁ ପରୀକ୍ଷାରେ ଅତିରିକ୍ତ ନମ୍ବର ମିଳିବ। ଏହି ନିୟମ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଦର୍ଶାଇ ସେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏକ ଇ-ମେଲ୍‌ ପଠାଇଥିବା ନେଇ ଉକ୍ତ ଅଭିଭାବକ ଜଣକ କହିଛନ୍ତି।

The post ସ୍କୁଲରେ ଅଜବ ନିୟମ: ୱାଶ୍‌ରୁମ୍‌ ନ ଗଲେ ଏକ୍ସଟ୍ରା ମାର୍କ appeared first on Dharitri Odia News.