ବିଶ୍ଵ କର୍କଟ ଦିବସରେ କ୍ରାନ୍ତି ସଂଗଠନର ସଚେତନତା ବାର୍ତ୍ତା, ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ଛାତ୍ରଛାତ୍ରୀ
ବ୍ରହ୍ମପୁର: ଆଜି ବିଶ୍ୱ କର୍କଟ ଦିବସ। ଏହି ଅବସରରେ କ୍ରାନ୍ତି ସଂଗଠନ ପକ୍ଷରୁ କର୍କଟ ମୁକ୍ତ ଭାରତ ଗଠନ କରିବା ଉଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖେଳ ପଡିଆ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଶହ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଇଏମସିର ମେୟର ସଂଘମିତ୍ରା ଦଳେଇ, ବରିଷ୍ଠ ରାଡିଏସନ ଅଙ୍କୋଲୋଜି ଡ଼ାକ୍ତର କାହୁଁ ଚରଣ ପାତ୍ର, ବ୍ରହ୍ମପୁର ବରିଷ୍ଠ ମଧୁମେହ ଡାକ୍ତର ସୁନିଲ କୋଟା, ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଟିବି ଓ ଚେଷ୍ଟର ଏସୋସିଷ୍ଟଟ ପ୍ରଫେସର ଡାକ୍ତର ପ୍ରୀୟଜିତ ଜେନା, ମନୁ ସେନାର ଚେୟାରପର୍ସନ ମୀନା ଦ୍ୟାନ ସାମନ୍ତରାୟ, ସାମନ୍ତରାୟ ଏକାଡେମୀ ର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷ ଇଁ ରଞ୍ଜନ କୁମାର ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ବିଶ୍ବ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରାରେ ଲୋକଙ୍କୁ ସଚେତନ କ
ବ୍ରହ୍ମପୁର: ଆଜି ବିଶ୍ୱ କର୍କଟ ଦିବସ। ଏହି ଅବସରରେ କ୍ରାନ୍ତି ସଂଗଠନ ପକ୍ଷରୁ କର୍କଟ ମୁକ୍ତ ଭାରତ ଗଠନ କରିବା ଉଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖେଳ ପଡିଆ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ଶହ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଇଏମସିର ମେୟର ସଂଘମିତ୍ରା ଦଳେଇ, ବରିଷ୍ଠ ରାଡିଏସନ ଅଙ୍କୋଲୋଜି ଡ଼ାକ୍ତର କାହୁଁ ଚରଣ ପାତ୍ର, ବ୍ରହ୍ମପୁର ବରିଷ୍ଠ ମଧୁମେହ ଡାକ୍ତର ସୁନିଲ କୋଟା, ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଟିବି ଓ ଚେଷ୍ଟର ଏସୋସିଷ୍ଟଟ ପ୍ରଫେସର ଡାକ୍ତର ପ୍ରୀୟଜିତ ଜେନା, ମନୁ ସେନାର ଚେୟାରପର୍ସନ ମୀନା ଦ୍ୟାନ ସାମନ୍ତରାୟ, ସାମନ୍ତରାୟ ଏକାଡେମୀ ର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷ ଇଁ ରଞ୍ଜନ କୁମାର ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ବିଶ୍ବ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରାରେ ଲୋକଙ୍କୁ ସଚେତନ କରାଇଥିଲେ। ଦେବାନନ୍ଦ ନିଜେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନତା ଆବଶ୍ୟକ ବୋଲି କହିଛନ୍ତି।

ଏଥିରେ ବ୍ୟତିକ୍ରମ ଘଟିଲେ ଜୀବନ ପ୍ରତି ଅଧିକ ବିପଦ ଦେଖା ଦେଇଥାଏ। ବିଶେଷ କରି ଯୁବପିଢି ଏଥିପ୍ରତି ସଜାଗ ରହି ନିଶା ଦ୍ରବ୍ୟ ଠାରୁ ଦୁରେଇ ରହିବାକୁ ଅନୁରୋଧ କରିଛନ୍ତି ଦେବାନନ୍ଦ। ନିଶା ଦ୍ରବ୍ୟରୁ ଦୁରେଇ ରହି ସମସ୍ତେ ସଚେତନ ରହିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି କହିଛନ୍ତି ଅତିଥିମାନେ।