ଦରବୃଦ୍ଧିରେ ସାମନ୍ୟ ଆଶ୍ବସ୍ତି, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଫେବ୍ରୁଆରୀରେ ସାଧାରଣ ଜନତାଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିଛି।। ମଙ୍ଗଳବାର ଏନଏସଓ ଦ୍ବାରା ଜାରି ତଥ୍ୟ ଅନୁଯାୟୀ, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତକୁ ଖସିଛି। ଯାହା ବାର୍ଷିକ ଆଧାରରେ ୧.୩୫ ପ୍ରତିଶତ କମ୍‌। ସୂଚନାଥାଉକି, ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧ ପ୍ରତିଶ ରହିଥିଲା। ଏନଏସଓ ତଥ୍ୟ ଅନୁଯାୟୀ, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ସ୍ଥିର ରହିଛି। ସୂଚନାଥାଉକି, ରିଜର୍ଭ ବ୍ୟାଙ୍କ୍‌ ଦରବୃଦ୍ଧିକୁ ୪ ପ୍ରତିଶତରେ ରଖିବାକୁ ଉଦ୍ୟମ ଜାରି ରଖିଛି। ଗତ ମାସରେ ରିଜର୍ଭ ବ୍ୟାଙ୍କ୍‌ ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ପାଇଁ ସିପିଆଇ ଆଧାରିତ ଦରବୃଦ୍ଧି ୫.୪ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା ଏବଂ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ୫ ପ୍ରତିଶତ ରେକର୍ଡ ହୋଇଥିଲା।

ଦରବୃଦ୍ଧିରେ ସାମନ୍ୟ ଆଶ୍ବସ୍ତି, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଫେବ୍ରୁଆରୀରେ ସାଧାରଣ ଜନତାଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିଛି।। ମଙ୍ଗଳବାର ଏନଏସଓ ଦ୍ବାରା ଜାରି ତଥ୍ୟ ଅନୁଯାୟୀ, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତକୁ ଖସିଛି। ଯାହା ବାର୍ଷିକ ଆଧାରରେ ୧.୩୫ ପ୍ରତିଶତ କମ୍‌। ସୂଚନାଥାଉକି, ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧ ପ୍ରତିଶ ରହିଥିଲା। ଏନଏସଓ ତଥ୍ୟ ଅନୁଯାୟୀ, ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ସ୍ଥିର ରହିଛି। 

ସୂଚନାଥାଉକି, ରିଜର୍ଭ ବ୍ୟାଙ୍କ୍‌ ଦରବୃଦ୍ଧିକୁ ୪ ପ୍ରତିଶତରେ ରଖିବାକୁ ଉଦ୍ୟମ ଜାରି ରଖିଛି। ଗତ ମାସରେ ରିଜର୍ଭ ବ୍ୟାଙ୍କ୍‌ ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ପାଇଁ ସିପିଆଇ ଆଧାରିତ ଦରବୃଦ୍ଧି ୫.୪ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା ଏବଂ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ୫ ପ୍ରତିଶତ ରେକର୍ଡ ହୋଇଥିଲା।