ଧର୍ମେନ୍ଦ୍ରଙ୍କ ଘରେ ଚାଲିଛି ମାନସ ମନ୍ଥନ: ଔପଚାରିକ ମେଣ୍ଟ ଘୋଷଣା ବାକି

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ ଚାଲିଛି। ଏବେ ଔପଚାରିକ ଭାବେ ମେଣ୍ଟ ଘୋଷଣା ବାକି ଥିବା ଜଣାପଡିଛି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି, ଯାହା ଜଣାପଡୁଛି ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ଘୋଷଣା ହୋଇପାରେ। ସୂଚନାଯୋଗ୍ୟ,ରାଜ୍ୟରେ ଭାଜପା […] The post ଧର୍ମେନ୍ଦ୍ରଙ୍କ ଘରେ ଚାଲିଛି ମାନସ ମନ୍ଥନ: ଔପଚାରିକ ମେଣ୍ଟ ଘୋଷଣା ବାକି appeared first on Dharitri Odia News.

ଧର୍ମେନ୍ଦ୍ରଙ୍କ ଘରେ ଚାଲିଛି ମାନସ ମନ୍ଥନ: ଔପଚାରିକ ମେଣ୍ଟ ଘୋଷଣା ବାକି

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ ଚାଲିଛି। ଏବେ ଔପଚାରିକ ଭାବେ ମେଣ୍ଟ ଘୋଷଣା ବାକି ଥିବା ଜଣାପଡିଛି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି, ଯାହା ଜଣାପଡୁଛି ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ଘୋଷଣା ହୋଇପାରେ।
ସୂଚନାଯୋଗ୍ୟ,ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁନି।
ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ରାଜନୀତିରେ ଗୁଜବ ଓ ମିଛ କଥା ସବୁଠାରୁ ଖରାପ ଜିନିଷ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ମେଣ୍ଟକୁ ନେଇ ସସପେନ୍ସ ଆହୁରି ବଢିବାରେ ଲାଗିଛି।

The post ଧର୍ମେନ୍ଦ୍ରଙ୍କ ଘରେ ଚାଲିଛି ମାନସ ମନ୍ଥନ: ଔପଚାରିକ ମେଣ୍ଟ ଘୋଷଣା ବାକି appeared first on Dharitri Odia News.