କ୍ଷମତା ହସ୍ତାନ୍ତରର ବିରଳ ସଂଯୋଗ; ଉପଜିଲ୍ଲାପାଳରୁ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ...

ଭୁବନେଶ୍ବର: ଆଇଏଏସ ସ୍ତରରେ କ୍ଷମତା ହସ୍ତାନ୍ତରର ବିରଳ ସଂଯୋଗ । ଉପଜିଲ୍ଲାପାଳ ସମୟରେ ଯାହାଙ୍କୁ କ୍ଷମତା ଛାଡ଼ିଥିଲେ, ଚାକିରି ଶେଷ ବେଳେ ମଧ୍ୟ ସମାନ ଅଧିକାରୀଙ୍କ ହାତରେ ଦାୟିତ୍ବ ଦେଇଛନ୍ତି । ଏହି କ୍ଷମତା ହସ୍ତାନ୍ତର ସଂଯୋଗ ଘଟିଛି ଓଡ଼ିଶାର ବିଦାୟୀ ମୁଖ୍ୟ ଶାସନ ସଚିବ ଆଇଏଏସ ପ୍ରଦୀପ ଜେନାଙ୍କ କ୍ଷେତ୍ରରେ । ସେ ରବିବାର ନୂଆ ମୁଖ୍ୟ ଶାସନ ସଚିବ ଆଇଏଏସ ମନୋଜ ଆହୁଜାଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି । ଏବେ ଓଡ଼ିଶାର ନୂଆ ସିଏସ ହୋଇଛନ୍ତି ମନୋଜ ଆହୁଜା । ଚାକିରିରୁ ଅବସର ନେବା ଦିନ ଆଇଏଏସ ପ୍ରଦୀପ ଜେନା ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଟ୍ବିଟ୍ କରି ଏବାବଦରେ ଜଣାଇଛନ୍ତି । ସେ କହିଛନ୍ତି, କଳାହାଣ୍ଡି ଉପଜିଲ୍ଲାପାଳ ଥିବାବେଳେ ବଦଳରେ ପରବର୍ତ୍ତୀ ଉପଜିଲ୍ଲାପାଳ ମନୋଜ ଆହୁଜାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ । ଏବେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବାବେଳେ ଆହୁଜାଙ୍କୁହିଁ କ୍ଷମତା ହସ୍ତାନ୍ତର କରିଛନ୍ତି । ଚାକିରି ଜୀବନରେ ଏହା ଏକ ବିରଳ ସଂଯୋଗ ବୋଲି ପ୍ରଦୀପ ଜେନା କହିଛନ୍ତି । I relinquished charge of @SecyChief today at 3.30pm. I welcome Manoj Ahuja one of my good friends from 1990 batch ( from my Kalahandi days) my successor Subcollector Dharamgarh & l’m happy to have been succeeded by him today to hold the post of @SecyChief. Wish him

କ୍ଷମତା ହସ୍ତାନ୍ତରର ବିରଳ ସଂଯୋଗ; ଉପଜିଲ୍ଲାପାଳରୁ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ...

ଭୁବନେଶ୍ବର: ଆଇଏଏସ ସ୍ତରରେ କ୍ଷମତା ହସ୍ତାନ୍ତରର ବିରଳ ସଂଯୋଗ । ଉପଜିଲ୍ଲାପାଳ ସମୟରେ ଯାହାଙ୍କୁ କ୍ଷମତା ଛାଡ଼ିଥିଲେ, ଚାକିରି ଶେଷ ବେଳେ ମଧ୍ୟ ସମାନ ଅଧିକାରୀଙ୍କ ହାତରେ ଦାୟିତ୍ବ ଦେଇଛନ୍ତି । ଏହି କ୍ଷମତା ହସ୍ତାନ୍ତର ସଂଯୋଗ ଘଟିଛି ଓଡ଼ିଶାର ବିଦାୟୀ ମୁଖ୍ୟ ଶାସନ ସଚିବ ଆଇଏଏସ ପ୍ରଦୀପ ଜେନାଙ୍କ କ୍ଷେତ୍ରରେ । ସେ ରବିବାର ନୂଆ ମୁଖ୍ୟ ଶାସନ ସଚିବ ଆଇଏଏସ ମନୋଜ ଆହୁଜାଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି । ଏବେ ଓଡ଼ିଶାର ନୂଆ ସିଏସ ହୋଇଛନ୍ତି ମନୋଜ ଆହୁଜା । 

ଚାକିରିରୁ ଅବସର ନେବା ଦିନ ଆଇଏଏସ ପ୍ରଦୀପ ଜେନା ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଟ୍ବିଟ୍ କରି ଏବାବଦରେ ଜଣାଇଛନ୍ତି । ସେ କହିଛନ୍ତି, କଳାହାଣ୍ଡି ଉପଜିଲ୍ଲାପାଳ ଥିବାବେଳେ ବଦଳରେ ପରବର୍ତ୍ତୀ ଉପଜିଲ୍ଲାପାଳ ମନୋଜ ଆହୁଜାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ । ଏବେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବାବେଳେ ଆହୁଜାଙ୍କୁହିଁ କ୍ଷମତା ହସ୍ତାନ୍ତର କରିଛନ୍ତି । ଚାକିରି ଜୀବନରେ ଏହା ଏକ ବିରଳ ସଂଯୋଗ ବୋଲି ପ୍ରଦୀପ ଜେନା କହିଛନ୍ତି । 


ସୂଚନା ଅନୁଯାୟୀ, ପ୍ରଦୀପ ଜେନା ୧୯୯୧ ମସିହା ଅଗଷ୍ଟ ମାସ ୨୫ ତାରିଖରୁ ୧୯୯୨ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଉପଜିଲ୍ଲାପାଳ ଥିଲେ । ତାଙ୍କର ବଦଳି ପରେ ନୂଆ ଉପଜିଲ୍ଲାପାଳ ମନୋଜ ଆହୁଜା ସେଠାରେ ଯୋଗ ଦେଥିଲେ । ମନୋଜ ଆହୁଜା ୧୯୯୨ ମସିହା ଅଗଷ୍ଟ ୨୭ ତାରିଖରୁ ୧୯୯୪ ଯାଏ ସେଠାରେ ଅବସ୍ଥାପିତ ହୋଇଥିଲେ । ଏବେ ପ୍ରଦୀପ ଜେନା ଚାକିରି ଛାଡ଼ିବା ପରେ ନୂଆ ମୁଖ୍ୟ ଶାସନ ସଚିବ ପଦ ଏମ. ଆହୁଜାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଏହାକୁ ସେ ନିଜ ଏକ୍ସ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ।