କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସ୍ଆଇର ବୈଷୟିକ ଟିମ୍ । ମନ୍ଦିରର ଗର୍ଭଗୃହରୁ ବାଲିକଢ଼ା ସ୍ଥିତିର ଚାଲିଛି ଯାଞ୍ଚ ।
କନକ ବ୍ୟୁରୋ: କୋଣାକ ସୂର୍ଯ୍ୟ ମନ୍ଦିରରେ ଏଏସଆଇର ବୈଷୟିକ ଟିମ୍, ମନ୍ଦିରର ସଂରକ୍ଷଣ ତଥା ବାଲିକଢା କାର୍ଯ୍ୟର ଅନୁଧ୍ୟାନ କରିଛି ଏହି ଟିମ୍। ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭି ଶର୍ମା, ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ଏଏସଆଇ କନର୍ଜଭେସନ ଡାଇରେକ୍ଟର ଭୀମା ଆଜମିରାଙ୍କ ସମେତ ମୋଟ ୬ଜଣ ଅଧିକାରୀ ଏହି ଟିମରେ ସାମିଲ ରହିଛନ୍ତି। ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କଢାଯିବାକୁ ନେଇ ବ୍ୟବସ୍ଥାର ଅନୁଧ୍ୟାନ କରିଛି ଏଏସଆଇର ଏହି ବୈଷୟିକ ଦଳ। ପ୍ଲାଟଫର୍ମ ନିର୍ମାଣ ପରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ତ୍ତ କରାଯାଇ ଏହି ବାଟେ ବାଲି କଢାଯିବା। ବାଲିକଢା କାର୍ଯ୍ୟ ପାଇଁ ୩ ବର୍ଷ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ମଧ୍ୟରେ ଦୁଇ ବର୍ଷ ବିତି ସାରିଛି। ଆଉ ମାତ୍ର ବର୍ଷେ ସମୟ ହାତରେ ରହିଥିବା ବେଳେ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।