ଆଜି କାର୍ତ୍ତିକ ପ୍ରଥମ ସୋମବାର: ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼
ବୁଗୁଡ଼ା,୨୧।୧୦(କାଳିଚରଣ ଦାଶ): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ପ୍ରାତହଃରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ବୁଦ୍ଧଖୋଲରେ ବିରାଜମାନ ପଞ୍ଚ ମହାଦେବଙ୍କୁ ଦର୍ଶନ ଆଶିର୍ବାଦ ଭିକ୍ଷା କରିଥିଲେ। ଶର୍ଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏପରିକି ଟ୍ରାଫିକ ବ୍ୟବସ୍ଥା ସାଙ୍ଗକୁ ଯାନବାହାନ ରହଣି ନେଇ ବ୍ୟବସ୍ଥା କରାଯାଇଥିଲା। ବୁଦ୍ଧଖୋଲ ପାଦଦେଶରେ ଧାଡିକି ଧାଡି ଦୋକାନରେ ବିଭିନ୍ନ […] The post ଆଜି କାର୍ତ୍ତିକ ପ୍ରଥମ ସୋମବାର: ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼ appeared first on Dharitri Odia News.
ବୁଗୁଡ଼ା,୨୧।୧୦(କାଳିଚରଣ ଦାଶ): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ପ୍ରାତହଃରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।
ଶ୍ରଦ୍ଧାଳୁମାନେ ବୁଦ୍ଧଖୋଲରେ ବିରାଜମାନ ପଞ୍ଚ ମହାଦେବଙ୍କୁ ଦର୍ଶନ ଆଶିର୍ବାଦ ଭିକ୍ଷା କରିଥିଲେ। ଶର୍ଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏପରିକି ଟ୍ରାଫିକ ବ୍ୟବସ୍ଥା ସାଙ୍ଗକୁ ଯାନବାହାନ ରହଣି ନେଇ ବ୍ୟବସ୍ଥା କରାଯାଇଥିଲା। ବୁଦ୍ଧଖୋଲ ପାଦଦେଶରେ ଧାଡିକି ଧାଡି ଦୋକାନରେ ବିଭିନ୍ନ ପସରା ପଡିଥିବା ବେଳେ ଅନେକ ସ୍ଥାନରେ ଭୋଜି ଭାତର ଆସର ଜମିଥିଲା।
ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟ ଏବଂ ସ୍ବେଚ୍ଛାସେବୀମାନେ ପୂଜା କାର୍ଯ୍ୟ ପରିଚଳାଳନରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାରେ ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
The post ଆଜି କାର୍ତ୍ତିକ ପ୍ରଥମ ସୋମବାର: ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼ appeared first on Dharitri Odia News.