ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ
କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ସୌଭାଗ୍ୟକ୍ରମେ ତାଙ୍କ ସ୍ବାମୀ ରକ୍ଷା ପାଇଯାଇଛନ୍ତି। ମୃତ ମହିଳାଙ୍କ ଘର ଗତିରାଉତ ପାଟଣାରେ ବୋଲି ଜଣାପଡିଛି। ସ୍ବାମୀ, ସ୍ତ୍ରୀ ଦୁହେଁ ସକାଳୁ ଏକ ସ୍କୁଟିରେ କଟକ ଆସୁଥିଲେ। ଚାଉଳିଆଗଞ୍ଜ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ପୋଲିସ ଜବତ […] The post ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.
କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ସୌଭାଗ୍ୟକ୍ରମେ ତାଙ୍କ ସ୍ବାମୀ ରକ୍ଷା ପାଇଯାଇଛନ୍ତି। ମୃତ ମହିଳାଙ୍କ ଘର ଗତିରାଉତ ପାଟଣାରେ ବୋଲି ଜଣାପଡିଛି। ସ୍ବାମୀ, ସ୍ତ୍ରୀ ଦୁହେଁ ସକାଳୁ ଏକ ସ୍କୁଟିରେ କଟକ ଆସୁଥିଲେ। ଚାଉଳିଆଗଞ୍ଜ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ପୋଲିସ ଜବତ କରିଛି।
The post ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.