କ'ଣ ମୁମ୍ଵାଇ ଶିଫ୍ଟ ହେଲେ ଅନୁଷ୍କା ଶର୍ମା ? ବିରାଟଙ୍କ ଡିନର ଡେଟ୍ରେ ଆସିଲେ ନଜର
ମୁମ୍ଵାଇ ୦୮।୧୧; ବଲିଉଡ୍ର ପାୱାର କପଲ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଦୁହିଁଙ୍କୁ ସମସ୍ତେ ଭଲ ପାଆନ୍ତି । ଅନୁଷ୍କାଙ୍କ ଦ୍ୱିତୀୟ ଗର୍ଭଧାରଣ ପର ଠାରୁ ଏହି ଦମ୍ପତି ଲଣ୍ଡନରେ ରହୁଛନ୍ତି। ତେବେ ଅନୁଷ୍କାଙ୍କ ନୂଆ ଇନଷ୍ଟାଗ୍ରାମ ଫଟୋ ପ୍ରଶଂସକଙ୍କୁ ଦ୍ଵନ୍ଦରେ ପକାଇଛି। ଅନୁମାନ କରାଯାଉଛି କି ସେ ବୋଧ ହୁଏ ମୁମ୍ବାଇ ଫେରିଛନ୍ତି। ଏଥିରୁ ଜଣାପଡିଛି ଯେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଗୁରୁବାର ମୁମ୍ବାଇରେ ବୁଲିବାକୁ ବାହାରିଥିଲେ। ହେଲେ ଦମ୍ପତି ସେମାନଙ୍କ ଡିନର ଡେଟ୍ର କୌଣସି ଫଟୋ ପୋଷ୍ଟ କରିନାହାଁନ୍ତି। କିନ୍ତୁ ସେମାନେ ଯାଇଥିବା କାଫେ ସେମାନଙ୍କ ଅନେକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଠାରେ ତାଙ୍କର ପ୍ରଶଂସକମାନେ ଫଟୋକୁ ପସନ୍ଦ କରୁଛନ୍ତି। ଏବେ କଳ୍ପନାଜଳ୍ପନା ଚାଲିଛି କି ଏହି ଦମ୍ପତି ବର୍ତ୍ତମାନ ମୁମ୍ବାଇକୁ ସଂପୂର୍ଣ୍ଣ ଭାବେ ଶିଫ୍ଟ ହୋଇଛନ୍ତି କି?ଏକାଠି କରିଥିଲେ ଡିନରଗୁରୁବାର ଦିନ ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ କାଫେ ବେନ୍ନେର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟ ଏବଂ ଅନୁଷ୍କାଙ୍କ ଅନେକ ଫଟୋ ପୋଷ୍ଟ କରାଯାଇଥିଲା। ପ୍ରଥମ ଫଟୋରେ ବିରାଟ ଏବଂ ଅନୁଷ୍କା କାଫେ କର୍ମଚାରୀଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି। ଅନୁଷ୍କା ଆଗରେ ଠିଆ ହୋଇ ହସୁଥିବା ବେଳେ ବିରାଟ ତାଙ୍କ ପଛରେ ଠିଆ ହୋଇଛନ୍ତି । ଦ୍ୱିତୀୟ ଫଟୋରେ ସେ ଅର୍ଡର କରିଥିବା ଖାଦ୍ୟର ବିଲ୍ ଦେଖାଯାଇଥିବାବେଳେ ତୃତୀୟ ଫଟୋରେ ବ
ମୁମ୍ଵାଇ ୦୮।୧୧; ବଲିଉଡ୍ର ପାୱାର କପଲ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଦୁହିଁଙ୍କୁ ସମସ୍ତେ ଭଲ ପାଆନ୍ତି । ଅନୁଷ୍କାଙ୍କ ଦ୍ୱିତୀୟ ଗର୍ଭଧାରଣ ପର ଠାରୁ ଏହି ଦମ୍ପତି ଲଣ୍ଡନରେ ରହୁଛନ୍ତି। ତେବେ ଅନୁଷ୍କାଙ୍କ ନୂଆ ଇନଷ୍ଟାଗ୍ରାମ ଫଟୋ ପ୍ରଶଂସକଙ୍କୁ ଦ୍ଵନ୍ଦରେ ପକାଇଛି। ଅନୁମାନ କରାଯାଉଛି କି ସେ ବୋଧ ହୁଏ ମୁମ୍ବାଇ ଫେରିଛନ୍ତି। ଏଥିରୁ ଜଣାପଡିଛି ଯେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଗୁରୁବାର ମୁମ୍ବାଇରେ ବୁଲିବାକୁ ବାହାରିଥିଲେ। ହେଲେ ଦମ୍ପତି ସେମାନଙ୍କ ଡିନର ଡେଟ୍ର କୌଣସି ଫଟୋ ପୋଷ୍ଟ କରିନାହାଁନ୍ତି। କିନ୍ତୁ ସେମାନେ ଯାଇଥିବା କାଫେ ସେମାନଙ୍କ ଅନେକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଠାରେ ତାଙ୍କର ପ୍ରଶଂସକମାନେ ଫଟୋକୁ ପସନ୍ଦ କରୁଛନ୍ତି। ଏବେ କଳ୍ପନାଜଳ୍ପନା ଚାଲିଛି କି ଏହି ଦମ୍ପତି ବର୍ତ୍ତମାନ ମୁମ୍ବାଇକୁ ସଂପୂର୍ଣ୍ଣ ଭାବେ ଶିଫ୍ଟ ହୋଇଛନ୍ତି କି?

ଏକାଠି କରିଥିଲେ ଡିନର
ଗୁରୁବାର ଦିନ ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ କାଫେ ବେନ୍ନେର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟ ଏବଂ ଅନୁଷ୍କାଙ୍କ ଅନେକ ଫଟୋ ପୋଷ୍ଟ କରାଯାଇଥିଲା। ପ୍ରଥମ ଫଟୋରେ ବିରାଟ ଏବଂ ଅନୁଷ୍କା କାଫେ କର୍ମଚାରୀଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି। ଅନୁଷ୍କା ଆଗରେ ଠିଆ ହୋଇ ହସୁଥିବା ବେଳେ ବିରାଟ ତାଙ୍କ ପଛରେ ଠିଆ ହୋଇଛନ୍ତି । ଦ୍ୱିତୀୟ ଫଟୋରେ ସେ ଅର୍ଡର କରିଥିବା ଖାଦ୍ୟର ବିଲ୍ ଦେଖାଯାଇଥିବାବେଳେ ତୃତୀୟ ଫଟୋରେ ବିରାଟଙ୍କ କ୍ୟାପ ଉପରେ ଅଟୋଗ୍ରାଫ୍ ଅଛି । ଏହା ବ୍ୟତୀତ ଏକ ଶେଷ ଫଟୋରେ ଜଣେ କର୍ମଚାରୀ ସେହି ସ୍ଥାନରେ ଉପସ୍ଥିତ ନ ଥିବାରୁ ଫଟୋସପ୍ ସାହାଯ୍ୟରେ ଫଟୋରେ ଯୋଡି ହୋଇଥିଲେ।
କଳ୍ପନାଜଳ୍ପନା କରାଯାଉଛି
ଗୁରୁବାର ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମରେ ଜୁହୁ ବିଚ୍ର ଏକ ଫଟୋ ସେୟାର କରିଛନ୍ତି। ଯେଉଁଠାରେ ଲୋକମାନେ ଛଠ ପୂଜା ପାଳନ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ଇନଷ୍ଟା ଷ୍ଟୋରୀରେ ଫଟୋ ସେୟାର କରିବା ବେଲେ ଅନୁଷ୍କା ଲେଖିଥିଲେ, ହାପି ଛଠ ପୂଜା' । ଏବେ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଯେ ଏହି ଦମ୍ପତି ଶେଷରେ ମୁମ୍ବାଇ ଫେରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ବୋଧ ହୁଏ ଦୁହେଁ ମୁମ୍ବାଇ ବୁଲିବା ପାଇଁ ଆସିଛନ୍ତି। କହିବାକୁଗଲେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏ ବିଷୟରେ କିଛି କହି ନାହାଁନ୍ତି।