WCLରେ ନିଯୁକ୍ତି ସୁଯୋଗ, ଚାଲିଛି ଆବେଦନ ପ୍ରକ୍ରିୟା।

୯୦୦ରୁ ଅଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (WCL)।

WCLରେ ନିଯୁକ୍ତି ସୁଯୋଗ, ଚାଲିଛି ଆବେଦନ ପ୍ରକ୍ରିୟା।

ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (WCL) ୯୦୦ରୁ ଅଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସରକାରୀ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। 

ବିଜ୍ଞପ୍ତି ଅନୁସାରେ, WCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ ପାଇଁ ଏହି ଘୋଷଣା କରିଛି। ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ WCLର ଅଫିସିଆଲ୍ ୱେବ୍‌ସାଇଟ୍‌ westerncoal.in. କୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅକ୍ଟୋବର ୨୮ରେ ଆବେଦନର ଶେଷ ତାରିଖ ରହିଛି।

ଖାଲି ପଦବୀ: ୯୦୨ଟି ପୋଷ୍ଟ୍

  • ITI ଟ୍ରେଡ୍ ଆପ୍ରେଣ୍ଟିସ୍ – ୮୪୧ 
  • ଫ୍ରେସର୍ ଟ୍ରେଡ୍ ଆପ୍ରେଣ୍ଟିସ୍ (ସିକ୍ୟୁରିଟି ଗାର୍ଡ) – ୬୧ 

ଯୋଗ୍ୟତା:-

  • ITI ଟ୍ରେଡ୍ ଆପ୍ରେଣ୍ଟିସ୍ – ନିର୍ଦ୍ଧାରିତ ଟ୍ରେଡ୍‌ରେ ITI ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ।
  • ଫ୍ରେସର୍ ଟ୍ରେଡ୍ ଆପ୍ରେଣ୍ଟିସ୍ (ସିକ୍ୟୁରିଟି ଗାର୍ଡ) – ୧୦/+ ୨ ପାସ୍ କରିଥିବା ଆବଶ୍ୟକ।

ବୟସ ସୀମା:-

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ

ଷ୍ଟାଇପେଣ୍ଡ୍:-

  • ITI (ଏକ ବର୍ଷ) – ମାସକୁ ୭,୭୦୦ ଟଙ୍କା
  • ITI (ଦୁଇ ବର୍ଷ) – ମାସକୁ ୮,୦୫୦ ଟଙ୍କା
  • ଫ୍ରେଶର୍ – ମାସକୁ ୬,୦୦୦ ଟଙ୍କା

ତାଲିମ ଅବଧି:-
ଆଇଟିଆଇ ଟ୍ରେଡ୍ ଆପ୍ରେଣ୍ଟିସ୍ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ୧୨ ମାସ ହେବ। ଫ୍ରେଶର୍ସ ଟ୍ରେଡ୍ ଆପ୍ରେଣ୍ଟିସ୍ ପାଇଁ ଆପ୍ରେଣ୍ଟିସିପ୍ ନିୟମ ଅନୁସାରେ କରାଯିବ। ଅଧିକ ବିବରଣୀ ପାଇଁ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଜାଣିପାରିବେ।