ଟସ୍ ଜିତିଲା ଭାରତ: ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା
ଆଡିଲେଡ୍,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଟସ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ରୋହିତ ଶର୍ମା ଫେରିଛନ୍ତି। ଟସ ବେଳେ ସେ କହିଛନ୍ତି, ସେ ମଧ୍ୟମ କ୍ରମରେ ବ୍ୟାଟିଂ କରିବେ। ଏହାର ଅର୍ଥ କେବଳ କେ.ଏଲ ରାହୁଲ ଏବଂ ଯଶସ୍ବୀ ଜୟସ୍ବାଲ ଇନିଂସ ଓପନ୍ କରିବେ। ଏଥି ସହିତ ଶୁଭମନ ଗିଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦଳକୁ ଫେରିଛନ୍ତି। ଦେବଦତ୍ତ ପଡିକଲ, ଧ୍ରୁବ ଜୁରେଲ […] The post ଟସ୍ ଜିତିଲା ଭାରତ: ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା appeared first on Dharitri Odia News.
ଆଡିଲେଡ୍,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଟସ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ରୋହିତ ଶର୍ମା ଫେରିଛନ୍ତି। ଟସ ବେଳେ ସେ କହିଛନ୍ତି, ସେ ମଧ୍ୟମ କ୍ରମରେ ବ୍ୟାଟିଂ କରିବେ। ଏହାର ଅର୍ଥ କେବଳ କେ.ଏଲ ରାହୁଲ ଏବଂ ଯଶସ୍ବୀ ଜୟସ୍ବାଲ ଇନିଂସ ଓପନ୍ କରିବେ। ଏଥି ସହିତ ଶୁଭମନ ଗିଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦଳକୁ ଫେରିଛନ୍ତି। ଦେବଦତ୍ତ ପଡିକଲ, ଧ୍ରୁବ ଜୁରେଲ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଚଳିତ ଟେଷ୍ଟରୁ ବାଦ୍ ଦିଅଯାଇଛି। ଏଥି ସହିତ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ କହିଛନ୍ତି, ତାଙ୍କ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ଆସିଛି। ଜୋସ ହାଜଲେଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡ ଫେରିଛନ୍ତି।
The post ଟସ୍ ଜିତିଲା ଭାରତ: ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା appeared first on Dharitri Odia News.