ନୋଏଡାରେ ୧୪୪ ଧାରା ଲାଗୁ

ନୋଏଡା,୧୬।୨: ଏମଏସପି ଏବଂ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଦିଲ୍ଲୀ-ଏନସିଆରର ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଏହାର ସମସ୍ତ ପ୍ରସ୍ତୁତି ଚଳାଇଛି। ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ଏବଂ ଦିଲ୍ଲୀ ଟ୍ରାଫିକ ପୋଲିସ ଦ୍ୱାରା ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ୟୁନାଇଟେଡ କିସାନ ଏବଂ କିସାନ ମଜଦୁର ମୋର୍ଚ୍ଚା ଦ୍ୱାରା ‘ଗ୍ରାମୀଣ ଭାରତ ବନ୍ଦ’ ପାଇଁ ଆହ୍ବାନ ଦିଆଯାଇଛି। […] The post ନୋଏଡାରେ ୧୪୪ ଧାରା ଲାଗୁ appeared first on Dharitri Odia News.

ନୋଏଡାରେ ୧୪୪ ଧାରା ଲାଗୁ

ନୋଏଡା,୧୬।୨: ଏମଏସପି ଏବଂ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଦିଲ୍ଲୀ-ଏନସିଆରର ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉନ୍ତି। ଏଭଳି ପରିସ୍ଥିତିରେ ପୋଲିସ ଏହାର ସମସ୍ତ ପ୍ରସ୍ତୁତି ଚଳାଇଛି।
ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ଏବଂ ଦିଲ୍ଲୀ ଟ୍ରାଫିକ ପୋଲିସ ଦ୍ୱାରା ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ୟୁନାଇଟେଡ କିସାନ ଏବଂ କିସାନ ମଜଦୁର ମୋର୍ଚ୍ଚା ଦ୍ୱାରା ‘ଗ୍ରାମୀଣ ଭାରତ ବନ୍ଦ’ ପାଇଁ ଆହ୍ବାନ ଦିଆଯାଇଛି। ରାଜଧାନୀରେ ସକାଳ ଅଫିସ ସମୟ ଆରମ୍ଭ ହେବା ମାତ୍ରେ ରାସ୍ତାରେ ଟ୍ରାଫିକ ଜାମ ଦେଖିବାକୁ ମିଳୁଛି। ଦିଲ୍ଲୀର ଗାଜିପୁର ସୀମାରେ ଅନେକ କିଲୋମିଟର ଲମ୍ବର ଏକ ଜାମ ଅଛି । ଚିଲା, ଟିକ୍‌ରି ଏବଂ ସିଂଘୁ ବର୍ଡରରେ ମଧ୍ୟ ଜାମ ଅଛି ।
କୃଷକ ସଂଗଠନ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦକୁ ଦୃଷ୍ଟିରେ ରଖି ନୋଏଡା ଜିଲାରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି ବୋଲି ଗୌତମ ବୁଦ୍ଧ ନଗର ପୋଲିସ ସୂଚନା ଦେଇଛି। ଏଥିରେ ଅନଧିକୃତ ଜନ ସମାବେଶ ଉପରେ ଏକ ନିଷେଧାଦେଶ ମଧ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୀମା ଅଞ୍ଚଳରେ ଯାଞ୍ଚ ବୃଦ୍ଧି କରାଯାଇଛି ଏବଂ ଅତିରିକ୍ତ ସଜାଗତା ବଜାୟ ରହିଛି।

The post ନୋଏଡାରେ ୧୪୪ ଧାରା ଲାଗୁ appeared first on Dharitri Odia News.