ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ
ବଲାଙ୍ଗୀର ୩୦।୧୨ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ବରଗଡ଼-ବଲାଙ୍ଗୀର ରାସ୍ତାରେ ଅଘଟଣ । ଲକ୍ଷ୍ମୀଜୋର ନାଳ ଉପରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ କଂସାରି ପଡ଼ାର ଚିଣ୍ଟୁ କରନ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀଜୋର ନାଳ ଉପରୁ ଜଣେ ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ହେଲେ ପରିବାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି । ଏହାପରେ ମୃତ ଯୁବକଙ୍କ ସହ ବାଇକ୍ରେ ଯାଇଥିବା ସାଥୀଙ୍କୁ ପଚରାଉଚରା କରୁଛି ପୋଲିସ । କିପରି ଯୁବକଙ୍କ ମୃତ୍ୟୁ ହେଲା, ସେନେଇ ଛାନ୍ଭିନ୍ ଜାରି ରଖିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ ।
ବଲାଙ୍ଗୀର ୩୦।୧୨ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ବରଗଡ଼-ବଲାଙ୍ଗୀର ରାସ୍ତାରେ ଅଘଟଣ । ଲକ୍ଷ୍ମୀଜୋର ନାଳ ଉପରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ କଂସାରି ପଡ଼ାର ଚିଣ୍ଟୁ କରନ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀଜୋର ନାଳ ଉପରୁ ଜଣେ ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ହେଲେ ପରିବାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି । ଏହାପରେ ମୃତ ଯୁବକଙ୍କ ସହ ବାଇକ୍ରେ ଯାଇଥିବା ସାଥୀଙ୍କୁ ପଚରାଉଚରା କରୁଛି ପୋଲିସ । କିପରି ଯୁବକଙ୍କ ମୃତ୍ୟୁ ହେଲା, ସେନେଇ ଛାନ୍ଭିନ୍ ଜାରି ରଖିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ ।