ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧।୮:ବୁଡିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତାରେ ଚାଲିଲା ପାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡି ଟ୍ରାଫିକ ସମସ୍ୟା ଦେଖା ଦେଇଛି। ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ପ୍ରବଳ […] The post ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ,୧।୮:ବୁଡିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତାରେ ଚାଲିଲା ପାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡି ଟ୍ରାଫିକ ସମସ୍ୟା ଦେଖା ଦେଇଛି। ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଛି।
ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଅଣ୍ଟାଏ ପାଣିରେ ବୁଡି ଯାତାୟତ କରୁଛନ୍ତି। ଡ୍ରେନରେ ପଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ପ୍ରବଳ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମଟର ବର୍ଷା ରେକର୍ଡ କରାଯାଇଛି।
ସୂଚନା ମୁତାବକ, ଗାଜିପୁର ସାପ୍ତାହିକ ବଜାର ଅଞ୍ଚଳରେ ମା’ ଓ ତାଙ୍କର ୩ ବର୍ଷୀୟ ପୁଅ ଡ୍ରେନରେ ଖସିପଡି ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅନ୍ୟ କିଛି ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସବଜିମଣ୍ଡି ଅଞ୍ଚଳରେ ଗୋଟିଏ ଦୋକାନ ଭୁଶୁ ଡି ପଡି ଜଣେ ଆହତ ହୋଇଛନ୍ତି। ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ବର୍ଷା ପାଇଁ ଆଲର୍ଟ ଜାରି କରିଛି। ଉପରାଜ୍ୟପାଳ ଭିକେ ସାକ୍ସେନା ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ପରାମର୍ଶ ଦେଇଛନ୍ତି।ସେପଟେ ଆଜି ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସୂଚନା ମିଳିଛି।
The post ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ appeared first on Dharitri Odia News.