ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା

ନୂଆଦିଲ୍ଲୀ,୪।୧୨: ଦୀର୍ଘ ସମୟର ଡ୍ୟୁଟି ଏବଂ ନିଦ୍ରା ଅଭାବରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ରେ ନିୟୋଜିତ ସୈନିକମାନେ କେବଳ ଆତ୍ମହତ୍ୟା କରୁନାହାଁନ୍ତି ବରଂ ସେବା ସମାପ୍ତ ହେବା ପୂର୍ବରୁ ମଧ୍ୟ ସ୍ବେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ଗୃହ ମନ୍ତ୍ରଣାଳୟ ଗୁରୁବାର ରାଜ୍ୟସଭାରେ ରଖିଥିବା ତଥ୍ୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(ସିଏପିଏଫ୍‌),ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ(ଏଆର୍‌)ପରି ଅର୍ଦ୍ଧ ସାମରିକ ବଳର ୭୩୦ […] The post ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା appeared first on Dharitri Odia News.

ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା

ନୂଆଦିଲ୍ଲୀ,୪।୧୨: ଦୀର୍ଘ ସମୟର ଡ୍ୟୁଟି ଏବଂ ନିଦ୍ରା ଅଭାବରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ରେ ନିୟୋଜିତ ସୈନିକମାନେ କେବଳ ଆତ୍ମହତ୍ୟା କରୁନାହାଁନ୍ତି ବରଂ ସେବା ସମାପ୍ତ ହେବା ପୂର୍ବରୁ ମଧ୍ୟ ସ୍ବେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ଗୃହ ମନ୍ତ୍ରଣାଳୟ ଗୁରୁବାର ରାଜ୍ୟସଭାରେ ରଖିଥିବା ତଥ୍ୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(ସିଏପିଏଫ୍‌),ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ(ଏଆର୍‌)ପରି ଅର୍ଦ୍ଧ ସାମରିକ ବଳର ୭୩୦ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି। ୨୦୨୦ରେ ୧୪୪ ଜଣ ଯବାନ ଆତ୍ମହତ୍ୟା କରିଥିବାବେଳେ ୨୦୨୧ରେ ୧୫୭, ୨୦୨୨ରେ ୧୩୮, ୨୦୨୩ରେ ୧୫୭ ଏବଂ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୩୪ ଜଣ ଯବାନ ଆତ୍ମହତ୍ୟା କରିଥିବା ନେଇ ବୁଧବାର ରାଜ୍ୟ ସଭାର ପ୍ରଶ୍ନ କାଳରେ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି।

ସେହିପରି ଏହି ଅବଧି ମଧ୍ୟରେ ୫୫,୫୫୫ ଜଣ ଯବାନ ଇସ୍ତଫା ଦେଇଛନ୍ତି କିମ୍ବା ଇଚ୍ଛାଧୀନ ଭାବେ ଅବସର ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୭,୬୬୪ ଜଣ ଯବାନ ଇସ୍ତଫା ଦେଇଥିବାବେଳେ ୪୭,୮୯୧ ଜଣ ଯବାନ ଇଚ୍ଛାଦୀନ ଅବସର ଗ୍ରହଣ କରିଛନ୍ତି। ତେବେ ଅଧିକାଂଶ ଆତ୍ମହତ୍ୟା ବ୍ୟକ୍ତିଗତ କାରଣ ଯୋଗୁ ହୋଇଥିବା ନିତ୍ୟାନନ୍ଦ କହିଛନ୍ତି। ଖାସ୍‌କରି ସ୍ତ୍ରୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସମସ୍ୟା, ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷା ସୁଯୋଗର ଅଭାବ ଆଦି କାରଣ ଯୋଗୁ ଯବାନମାନେ ଆତ୍ମହତ୍ୟା କରୁଛନ୍ତି।

ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ବୃଦ୍ଧିର କାରଣକୁ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ ନିଜ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରିଛି। ତେବେ ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦% ଯବାନ ଆତ୍ମହତ୍ୟା କରିଥିବାଏହି ରିପୋର୍ଟ କହିଛି। ତେବେ ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ଆତ୍ମହତ୍ୟା ରୋକିବା ଦିଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ‘୧୦୦ ଦିନ ଛୁଟି’ ନୀତିକୁ କାର୍ଯ୍ୟକାରୀ କରିଛନ୍ତି। ଚଳିତ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବଳର ୬,୩୦୨ ଜଣ ଯବାନ ଏହି ନୂତନ ଛୁଟି ନୀତି ଅନ୍ତର୍ଗତ ପରିବାର ସହ ୧୦୦ ଦିନ ବିତାଇଥିବା ନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

The post ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା appeared first on Dharitri Odia News.