ବିଲୁଆ ଆତଙ୍କ:୫ଜଣଙ୍କୁ କାମୁଡ଼ି ଆକ୍ରମଣ
ଦିଗପହଣ୍ଡି,୧୩ା୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଓ ନୂଆଗଡ଼ ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ବିଲୁଆ କାମୁଡ଼ାରେ ୫ ପୁରୁଷ ଏବଂ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କୈଠଖଣ୍ଡି ପଞ୍ଚାୟତ ନୂଆଁଗଡ ଗ୍ରାମର ମଲା ପ୍ରଧାନ, ନିଲୁ ପ୍ରଧାନ, ସୁଷମା ପ୍ରଧାନ, ଋୁଷି ପ୍ରଧାନ ଓ କଇଠଖଣ୍ଡି ଗ୍ରାମର ଟ୍ରାକ୍ଟର୍ ଚାଳକ ପ୍ରକାଶ ବେହେରା। ମିଳିଥିବା ସୂଚନା ମୁତାବକ, କୁନ୍ଦୁରି ବାଡକୁ ଯାଇଥିବା ବେଳେ ୪ ଜଣଙ୍କୁ ବିଲୁଆ କାମୁଡିଥିଲା। […] The post ବିଲୁଆ ଆତଙ୍କ:୫ଜଣଙ୍କୁ କାମୁଡ଼ି ଆକ୍ରମଣ appeared first on Dharitri Odia News.
ଦିଗପହଣ୍ଡି,୧୩ା୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଓ ନୂଆଗଡ଼ ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ବିଲୁଆ କାମୁଡ଼ାରେ ୫ ପୁରୁଷ ଏବଂ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କୈଠଖଣ୍ଡି ପଞ୍ଚାୟତ ନୂଆଁଗଡ ଗ୍ରାମର ମଲା ପ୍ରଧାନ, ନିଲୁ ପ୍ରଧାନ, ସୁଷମା ପ୍ରଧାନ, ଋୁଷି ପ୍ରଧାନ ଓ କଇଠଖଣ୍ଡି ଗ୍ରାମର ଟ୍ରାକ୍ଟର୍ ଚାଳକ ପ୍ରକାଶ ବେହେରା।
ମିଳିଥିବା ସୂଚନା ମୁତାବକ, କୁନ୍ଦୁରି ବାଡକୁ ଯାଇଥିବା ବେଳେ ୪ ଜଣଙ୍କୁ ବିଲୁଆ କାମୁଡିଥିଲା। ସେହିପରି ପ୍ରକାଶ ବେହେରା ଟ୍ରାକ୍ଟର୍ ଯୋଗେ ବାଲି ଆଣିବା ପାଇଁ ଘୋଡାହାଡ ନଦୀକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ବିଲୁଆ ଆକ୍ରମଣ କରିଥିଲା।
ସମସ୍ତ ଗୁରୁତର ଆହତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଦିଗପହଣ୍ଡି ବନ ବିଭାଗକୁ ଜଣେଇଥିଲେ ମଧ୍ୟ ଏହି ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
The post ବିଲୁଆ ଆତଙ୍କ:୫ଜଣଙ୍କୁ କାମୁଡ଼ି ଆକ୍ରମଣ appeared first on Dharitri Odia News.