ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ

କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରାବଣୀ ନାୟକ ଙ୍କ ନେତୃତ୍ୱରେ କୋରାପୁଟ ଟାଉନ ଥାନା ଅଧିକାରୀ ପ୍ରମୋଦ ମହାନ୍ତିଙ୍କ ସମେତ ଉଭୟ କୋରାପୁଟ ଟାଉନ ଓ […] The post ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ appeared first on Dharitri Odia News.

ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ

କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରାବଣୀ ନାୟକ ଙ୍କ ନେତୃତ୍ୱରେ କୋରାପୁଟ ଟାଉନ ଥାନା ଅଧିକାରୀ ପ୍ରମୋଦ ମହାନ୍ତିଙ୍କ ସମେତ ଉଭୟ କୋରାପୁଟ ଟାଉନ ଓ ସଦର ଥାନା ପୋଲିସ, ବିଏସଏଫ ଓ ଏସ୍‌ଓଜି ପୋଲିସ ପ୍ରମୁଖ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇ ସହରର ବସଷ୍ଟାଣ୍ଡ. ଭାଣ୍ଡିସାହି, ପୂଜାରୀପୁଟ, ହାଟପଦା, ଅମଳକୂଟିର ରୋଡ଼, ଗୁଣ୍ଡିଚା ମନ୍ଦିର ଛକ, କଳା ନିକେତନ ଛକ, ଜୟପୁର ରୋଡ଼, ପୋଷ୍ଟ ଅଫିସ ରୋଡ଼ ଆଦି ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରି ଜନସାଧାରଣଙ୍କୁ ସୁରକ୍ଷା ନେଇ ଭରସା ଦେଇଛନ୍ତି।

The post ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ appeared first on Dharitri Odia News.