ପୂର୍ବତନ ସ୍ତ୍ରୀଙ୍କୁ ଚୁମ୍ବନ ଦେଲେ ଅମିର ଖାନ୍
ଅଭିନେତା ଅମିର ଖାନଙ୍କ ଝିଅ ଇରା ନୁପୁର ଶିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ ମଜାଦାର ଶୈଳୀରେ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ସହ ନାଚି ଥିଲେ। ସୋସିଆଲ ମିଡିଆରେ ଅମିରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଅମିରଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ପୂର୍ବତନ ସ୍ତ୍ରୀ […] The post ପୂର୍ବତନ ସ୍ତ୍ରୀଙ୍କୁ ଚୁମ୍ବନ ଦେଲେ ଅମିର ଖାନ୍ appeared first on Dharitri Odia News.
ଅଭିନେତା ଅମିର ଖାନଙ୍କ ଝିଅ ଇରା ନୁପୁର ଶିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ ମଜାଦାର ଶୈଳୀରେ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ସହ ନାଚି ଥିଲେ। ସୋସିଆଲ ମିଡିଆରେ ଅମିରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଅମିରଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। କିରଣ ଏବଂ ଅମିରଙ୍କ ଭିଡିଓ ଦେଖି ତାଙ୍କୁ ଟ୍ରୋଲ କରାଯାଉଛି।
ଇରା ଏବଂ ନୁପୁରଙ୍କ ବିବାହରେ ପୁରା ଖାନ ପରିବାର ଏକାଠି ନଜର ଆସିଥିଲେ। ଅମିରଙ୍କ ସହ ତାଙ୍କର ପୂର୍ବତନ ସ୍ତ୍ରୀ କିରଣ ରାଓ ଏବଂ ପ୍ରଥମ ସ୍ତ୍ରୀ ରୀନା ଦତ୍ତ ମଧ୍ୟ ବହୁତ ଖୁସି ଦେଖାଯାଉଥିଲେ। ଅମିରଙ୍କ ପୁରା ପରିବାର ସହିତ ଫଟୋ କ୍ଲିକ କରିବାକୁ ଆସିଥିଲେ, ଏହି ସମୟରେ ସେ କିରଣଙ୍କୁ ଚୁମ୍ବନ ଦେଇଥିଲେ।
ଜାନୁଆରୀ ୩ରେ ମୁମ୍ବାଇରେ ଇରା ଖାନ ଏବଂ ନୁପୁର ଶିଖରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ଖୁବ ଶୀଘ୍ର ଉଦୟପୁରରେ ଗନ୍ତବ୍ୟ ସ୍ଥଳକୁ ଯିବେ। ମହାରାଷ୍ଟ୍ରର ରୀତିନୀତି ଅନୁଯାୟୀ ଇରା ଏବଂ ନୁପୁର ଜାନୁଆରୀ ୮ରେ ବିବାହ କରିବେ। ପରିବାର ଏବଂ କିଛି ବିଶେଷ ବନ୍ଧୁ ଏହି ବିବାହ ଉତ୍ସବରେ ଯୋଗଦେବେ। ମୁମ୍ବାଇରେ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଏକ ରିସେପ୍ସନ ଆୟୋଜନ କରାଯିବ।
The post ପୂର୍ବତନ ସ୍ତ୍ରୀଙ୍କୁ ଚୁମ୍ବନ ଦେଲେ ଅମିର ଖାନ୍ appeared first on Dharitri Odia News.