ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା
ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନରେ ମୋ ଜନ୍ମ। ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ, ଗୋଦାବରୀଶ ମହାବିଦ୍ୟାଳୟରୁ ଆଇ.ଏ., ବି.ଏ. ପାସ୍ କରିବା ପରେ ବାଣୀବିହାରରେ ଇତିହାସରେ ଏମ୍.ଏ. କଲି। ସେହି ସମୟରେ ଜଟଣୀ ବ୍ଲକ୍ ଅନ୍ତର୍ଗତ ଛତାବରଠାରେ ନୂଆ କରି ଏକ କଲେଜ ଖୋଲିଥିଲା; ଯାହାର ନାଁ ଥିଲା ବାଉରୀବନ୍ଧୁ ମହାବିଦ୍ୟାଳୟ। ଏହା ଥିଲା ୧୯୯୨ ମସିହାର କଥା। ସେତେବେଳେ ଉକ୍ତ କଲେଜଟି ବେସରକାରୀ ଭାବେ ମ୍ୟାନେଜ୍ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଏମ୍.ଏ. ପାସ୍ […] The post ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା appeared first on Dharitri Odia News.
ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନରେ ମୋ ଜନ୍ମ। ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ, ଗୋଦାବରୀଶ ମହାବିଦ୍ୟାଳୟରୁ ଆଇ.ଏ., ବି.ଏ. ପାସ୍ କରିବା ପରେ ବାଣୀବିହାରରେ ଇତିହାସରେ ଏମ୍.ଏ. କଲି। ସେହି ସମୟରେ ଜଟଣୀ ବ୍ଲକ୍ ଅନ୍ତର୍ଗତ ଛତାବରଠାରେ ନୂଆ କରି ଏକ କଲେଜ ଖୋଲିଥିଲା; ଯାହାର ନାଁ ଥିଲା ବାଉରୀବନ୍ଧୁ ମହାବିଦ୍ୟାଳୟ। ଏହା ଥିଲା ୧୯୯୨ ମସିହାର କଥା। ସେତେବେଳେ ଉକ୍ତ କଲେଜଟି ବେସରକାରୀ ଭାବେ ମ୍ୟାନେଜ୍ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଏମ୍.ଏ. ପାସ୍ କରିବା ପରେ ଏଠାରେ ଅଧ୍ୟାପନା ଜାରିରଖିଲି। ପ୍ରାୟ ୧ବର୍ଷ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ପାଠ ପଢ଼ାଇଲି। ତା’ପରେ ମ୍ୟାନେଜ୍ମେଣ୍ଟ ମୋତେ ୧୫୦ ଟଙ୍କା ଦରମା ଦେଲା। ଯେହେତୁ ସେତେବେଳେ ଘରଭଡ଼ା ନେଇ ଛତାବରରେ ରହୁଥିଲି; ତେଣୁ ଦରମା ଟଙ୍କା ମୋର ଘରଭଡ଼ା ଓ ନିଜସ୍ବ ଖର୍ଚ୍ଚରେ ସରିଯାଉଥିଲା। ତା’ଛଡ଼ା ମୁଁ ଥିଲି ବାପାବୋଉଙ୍କର ତୃତୀୟ ସନ୍ତାନ, ମୋ ଉପରେ ଦୁଇ ବଡ଼ ଭାଇ ଥିଲେ। ବାପା ବି ଚାକିରି କରିଥିଲେ। ତେଣୁ ଘର ଚଳାଇବା ପାଇଁ ମୋ ଉପରେ ସେମିତି କିଛି ଦାୟିତ୍ୱ ନ ଥିଲା। ସେଥିପାଇଁ ଯାହାବି ରୋଜଗାର କରୁଥିଲି ନିଜେ ଖର୍ଚ୍ଚ କରୁଥିଲି। ପ୍ରାୟ ୨୦୧୪ ମସିହା ପର୍ଯ୍ୟନ୍ତ ମ୍ୟାନେଜମେଣ୍ଟ ଦ୍ୱାରା ଉକ୍ତ କଲେଜଟି ଚାଲିଥିଲା। ଆଉ ମଝିରେ ମଝିରେ ସ୍ବଳ୍ପ କିଛି ବଢ଼ିବଢି ମୋ ଦରମା ୨୦୧୪ ବେଳକୁ ୩୫୦୦ ଟଙ୍କାରେ ପହଞ୍ଚତ୍ଥିଲା। ତା’ପରେ କଲେଜଟି ବ୍ଲକ୍ ଗ୍ରାଣ୍ଟ ପାଇବାରୁ ଆମକୁ ସରକାରୀ ଦରମା ମିଳିଲା। ମୋର ପ୍ରଥମ ସରକାରୀ ଦରମା ଥିଲା ୫,୭୩୩ ଟଙ୍କା। ତା’ସହିତ କିଛି ଏରିଅର୍ ଟଙ୍କା ବି ମିଳିଥିଲା। ଖୁସିରେ ଗାଁକୁ ଯାଇ ବାପାବୋଉ, ଭାଇଙ୍କୁ କିଛି ଟଙ୍କା ଦେଇଥିଲି। ତା’ସହିତ ସେ ସମୟରେ ଗାଁ ମନ୍ଦିରର ଛାତ କାମ ହେଉଥାଏ; ସେଥିପାଇଁ ବି କିଛି ଟଙ୍କା ଦାନ କରିଥିଲି। ସମସ୍ତେ ଖୁବ୍ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। କିନ୍ତୁ ଅଧ୍ୟାପକ ଚାକିରି ସରିବାକୁ ମୋର ଆହୁରି ଦୁଇ ବର୍ଷ ବାକି ଅଛି। ଏ ତ ଗଲା ମୋ ବୃତ୍ତିଗତ ଜୀବନ କଥା। ରୁଚି କଥା କହିଲେ, ମୋତେ ବିଭିନ୍ନ ବିଷୟବସ୍ତୁ ଉପରେ ନିବନ୍ଧ ଲେଖିବାକୁ ଭଲ ଲାଗେ। ଏହି ଲେଖାଲେଖିର ଧାରା ମୋର ସ୍କୁଲ ପଢିଲାବେଳୁ ଆରମ୍ଭ ହୋଇଛି। କାରଣ ଆମ ଗାଁ କୁମାରାଙ୍ଗ ଶାସନ ହେଲା ଏକ ସଂସ୍କୃତିସମ୍ପନ୍ନ ଗାଁ। ଏହି ଗାଁରେ ରହିଛି ଏକ ପୁରୁଣା ପାଠାଗାର; ଯାହାର ନାଁ ହେଲା କୁମାର ପାଠାଗାର। ମୋର କଲେଜ କ୍ୟାରିୟର ପର୍ଯ୍ୟନ୍ତ ଏହି ପାଠାଗାର ତରଫରୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ଏକ ପତ୍ରିକା ପ୍ରକାଶ ପାଉଥିଲା; ଯାହାକି କୁମାର ପତ୍ରିକା ନାମରେ ପରିଚିତ ଥିଲା। ସେତେବେଳେ ହାତଲେଖାରେ ଏହି ପତ୍ରିକାଟି
ବାହାରୁଥିଲା; ଯେଉଁଥିରେ ମୋର ଅନେକ ଲେଖା ସ୍ଥାନ ପାଇଥିଲା। କେବଳ ସେତିକି ନୁହେଁ ବେଶ୍ କିଛିଦିନ ଏହି ପାଠାଗାରର ଲାଇବ୍ରେରିଆନ୍ ଦାୟିତ୍ୱ ବି ମୁଁ ତୁଲାଇଥିଲି। ଯାହାବି ହେଉ ଭଗବାନଙ୍କ କୃପାରୁ ଲେଖାଲେଖି ହେଉ କି ଅଧ୍ୟାପନା ସବୁକିଛି ଠିକ୍ଠାକ୍ ଚାଲିଛି; ସେଥିପାଇଁ ଖୁସି ଲାଗୁଛି।
The post ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା appeared first on Dharitri Odia News.