ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ
ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ମୁଖାଧାରୀ ଯୁବକ ଘୁରି ବୁଲୁଥିବା ଦେଖି ସାଧାରଣରେ ଆତଙ୍କିତ ହୋଇପଡୁଛନ୍ତି। ଗୋଟିଏ ପଟେ ଗଞ୍ଜାମ ପୋଲିସର ସ୍ପେସିଆଲ ଡ୍ରାଇଭରେ ଧରପଗଡ଼ ଚାଲିଥିବା ବେଳେ ପୂର୍ବରୁ କନ୍ଧମାଳ ଜିଲାରେ ମଧ୍ୟ ଏକାଧିକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗଞ୍ଜାମ ଅପରାଧୀମାନେ ଜଡିତ ହେବା ସହ କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣରେ ମଧ୍ୟ ଗଞ୍ଜାମ, ଖୋର୍ଦ୍ଧା ଜିଲା ଆଦି ଅଞ୍ଚଳରୁ ଆସି ଗଞ୍ଜେଇ ନେଉଥିବା ଓ ଧରାପଡ଼ିଥିବା […] The post ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ appeared first on Dharitri Odia News.
ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ମୁଖାଧାରୀ ଯୁବକ ଘୁରି ବୁଲୁଥିବା ଦେଖି ସାଧାରଣରେ ଆତଙ୍କିତ ହୋଇପଡୁଛନ୍ତି। ଗୋଟିଏ ପଟେ ଗଞ୍ଜାମ ପୋଲିସର ସ୍ପେସିଆଲ ଡ୍ରାଇଭରେ ଧରପଗଡ଼ ଚାଲିଥିବା ବେଳେ ପୂର୍ବରୁ କନ୍ଧମାଳ ଜିଲାରେ ମଧ୍ୟ ଏକାଧିକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗଞ୍ଜାମ ଅପରାଧୀମାନେ ଜଡିତ ହେବା ସହ କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣରେ ମଧ୍ୟ ଗଞ୍ଜାମ, ଖୋର୍ଦ୍ଧା ଜିଲା ଆଦି ଅଞ୍ଚଳରୁ ଆସି ଗଞ୍ଜେଇ ନେଉଥିବା ଓ ଧରାପଡ଼ିଥିବା ନଜିର ରହିଛି। ଏହି ପ୍ରରିପ୍ରେକ୍ଷୀରେ ମୁହଁରେ କଳା କପଡ଼ାକୁ ମୁଖା ଭାବରେ ବ୍ୟବହାର କରି ଛତିଶଗଡ଼ ରେଜିଷ୍ଟ୍ରେସନ ନମ୍ବର ଥିବା ବାଇକରେ ୨ ଜଣ ଯୁବକ ବାଲିଗୁଡା ପଟୁ ଆସି ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରିଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଉକ୍ତ ମୁଖାଧାରୀ କେଉଁଆଡେ ଗଲେ ତାହା ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଫଳରେ ମୁଖାଧାରୀଙ୍କୁ ଦେଖିଥିବା ଲୋକଙ୍କ ଭିତରେ ଭୟ ଦେଖାଯାଇଛି।
The post ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ appeared first on Dharitri Odia News.