୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ: ୨ ଗିରଫ

ଖଲ୍ଲିକୋଟ,୨୯ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଜାତୀୟ ରାଜପଥ ନଂ୧୬ ଗୁରାପଲ୍ଲି ଟୋଲ୍‌ଗେଟ ନିକଟରେ ଖଲ୍ଲିକୋଟ ପୋଲିସର ଗାଡ଼ି ଯାଞ୍ଚବେଳେ ଏକ କାର୍‌ରୁ ୮୮ କେଜି ରୁପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଜବତ ହୋଇଛି। ଏହି କାର୍‌ରେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଏହି ରୁପା ଇଟା ଚାଲାଣ ହେଉଥିବା ବେଳେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଥିଲା। ଏହା ପରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ […] The post ୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ: ୨ ଗିରଫ appeared first on Dharitri Odia News.

୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ: ୨ ଗିରଫ

ଖଲ୍ଲିକୋଟ,୨୯ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଜାତୀୟ ରାଜପଥ ନଂ୧୬ ଗୁରାପଲ୍ଲି ଟୋଲ୍‌ଗେଟ ନିକଟରେ ଖଲ୍ଲିକୋଟ ପୋଲିସର ଗାଡ଼ି ଯାଞ୍ଚବେଳେ ଏକ କାର୍‌ରୁ ୮୮ କେଜି ରୁପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଜବତ ହୋଇଛି। ଏହି କାର୍‌ରେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଏହି ରୁପା ଇଟା ଚାଲାଣ ହେଉଥିବା ବେଳେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଥିଲା। ଏହା ପରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ରୁପା ଜିଏସଟି ଫାଙ୍କି ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ପରେ ପୋଲିସ ଜିଏସ୍‌ଟି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲା। ବର୍ତ୍ତମାନ ଜିଏସ୍‌ଟି ଅଧିକାରୀ ଖଲ୍ଲିକୋଟ ଥାନାରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଜବତ ରୁପା ଇଟାର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ହେବ ପୋଲିସ ସୂଚନା ଦେଇଛି।

The post ୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ: ୨ ଗିରଫ appeared first on Dharitri Odia News.