ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା

ରାଞ୍ଚି,୩୦।୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ମିଳୁନି। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏକ ଅଦୃଶ୍ୟ ପରିସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ କୌଣସି ଘଟଣା ଘଟିଲେ ଆଇନ ଶୃଙ୍ଖଳା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଝାଡଖଣ୍ଡର ରାଜ୍ୟପାଳ […] The post ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା

ରାଞ୍ଚି,୩୦।୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ମିଳୁନି। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏକ ଅଦୃଶ୍ୟ ପରିସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ କୌଣସି ଘଟଣା ଘଟିଲେ ଆଇନ ଶୃଙ୍ଖଳା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥି ସହ ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ କହିଛନ୍ତି ,ସମ୍ବିଧାନର ଅଭିଭାବକ ହୋଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଛି। ଏହା ରାଜ୍ୟପାଳଙ୍କର କର୍ତ୍ତବ୍ୟ।ଆବଶ୍ୟକ ହେଲେ ମୁଁ ସୀମା ଅତିକ୍ରମ କରିବି। ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ସମ୍ଭାବନା ଏକ କଳ୍ପନାଜଳ୍ପନା। ତେଣୁ ଏଥିରୁ ଦୂରେଇ ରୁହନ୍ତୁ।
ସୋରେନଙ୍କୁ ଇଡି ଡାକରା ଦେଇ ସେ କହିଛନ୍ତି, କେହି ଆଇନଠାରୁ ଊର୍ଦ୍ଧ୍ୱରେ ନାହାଁନ୍ତି। ଯଦି ଆଜି ମୁଖ୍ୟମନ୍ତ୍ରୀ ଉତ୍ତର ଦେଉ ନାହାଁନ୍ତି, ତେବେ ତାଙ୍କୁ ଆସନ୍ତାକାଲି ଉତ୍ତର ଦେବାକୁ ପଡିବ। ଏହି ସମୟରେ, ସୋରେନ ଅନୁସନ୍ଧାନକାରୀ ସଂସ୍ଥାକୁ ଇମେଲ କରି ଜାନୁୟାରୀ ୩୧ରେ ଦିନ ୧ଟାରେ ପଚରାଉଚରା ପାଇଁ ରାଞ୍ଚିରେ ଥିବା ସିଏମ ବାସଭବନକୁ ଆସିବାକୁ କହିଥିଲେ।
ରବିବାର ଇଡିଙ୍କୁ ଲେଖିଥିବା ଏକ ପତ୍ରରେ ସୋରେନ ତଦନ୍ତକାରୀ ସଂସ୍ଥାକୁ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ରାଜନୈତିକ ଏଜେଣ୍ଡା ଦ୍ୱାରା ଉତ୍ସାହିତ ବୋଲି ଅଭିଯୋଗ କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା appeared first on Dharitri Odia News.