ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୬।୫: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ରେମାଲ ପ୍ର୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରିଛି ପାଣିପାଗ ବିଭାଗ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ରହିଛି। ସେହିପରି ଦକ୍ଷିଣ ଓ ଉତ୍ତର ଉପକୂଳରେ ପବନର ବେଗ ୬୦ରୁ ୭୦ କିମି ବୋହିବ। ସମୁଦ୍ର ଅଶାନ୍ତ ରହିବ […] The post ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା appeared first on Dharitri Odia News.

ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୬।୫: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ରେମାଲ ପ୍ର୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରିଛି ପାଣିପାଗ ବିଭାଗ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ରହିଛି। ସେହିପରି ଦକ୍ଷିଣ ଓ ଉତ୍ତର ଉପକୂଳରେ ପବନର ବେଗ ୬୦ରୁ ୭୦ କିମି ବୋହିବ। ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

ସୂଚନାଥାଉ କି, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୧୧୦-୧୨୦ କିଲୋମିଟର ରହିବ।

 

The post ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା appeared first on Dharitri Odia News.