ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ
ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ, ପ୍ରଶଂସକମାନେ ବହୁତ ଖୁସି ଅନୁଭବ କରନ୍ତି । ପ୍ରଶଂସକମାନେ ବିରାଟ ଏବଂ ଅନୁଷ୍କାଙ୍କ ଟିକିଏ ଝଲକ ପାଇବାକୁ ପାଇଁ ଅପେକ୍ଷା କରନ୍ତି। ଏହି ଦମ୍ପତି ସେମାନଙ୍କର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିବାକୁ ପସନ୍ଦ କରନ୍ତି । ଏହି କାରଣରୁ, ଏମାନେ ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ […] The post ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ appeared first on Dharitri Odia News.
ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ, ପ୍ରଶଂସକମାନେ ବହୁତ ଖୁସି ଅନୁଭବ କରନ୍ତି । ପ୍ରଶଂସକମାନେ ବିରାଟ ଏବଂ ଅନୁଷ୍କାଙ୍କ ଟିକିଏ ଝଲକ ପାଇବାକୁ ପାଇଁ ଅପେକ୍ଷା କରନ୍ତି। ଏହି ଦମ୍ପତି ସେମାନଙ୍କର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିବାକୁ ପସନ୍ଦ କରନ୍ତି । ଏହି କାରଣରୁ, ଏମାନେ ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ନିଜ ପିଲାମାନଙ୍କର ଫଟୋ ଶେୟାର କରିନାହାଁନ୍ତି ଏବଂ ସେମାନଙ୍କ ଫଟୋ କ୍ଲିକ ନ କରିବାକୁ ପାପାରାଜିଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ବର୍ତ୍ତମାନ ବିରାଟ-ଅନୁଷ୍କା ସେମାନଙ୍କ ପିଲାମାନଙ୍କର ଗୋପନୀୟତା ବଜାୟ ରଖିଥିବାରୁ ପାପାରାଜିଙ୍କୁ ଧନ୍ୟବାଦ ଦେଇଛନ୍ତି।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଝିଅ ଭାମିକାଙ୍କ ଜନ୍ମ ପରେ ଗୋପନୀୟତା ରକ୍ଷା କରିବାକୁ ପାପାରାଜିଙ୍କୁ ଅନୁରୋଧ କରିଥିଲେ। ସେ ତାଙ୍କ ପୁଅ ଅକାୟଙ୍କ ପାଇଁ ମଧ୍ୟ ଠିକ ସେଇଆ କରିଛନ୍ତି। ପାପାରାଜିଙ୍କୁ ଅନୁରୋଧ କରିବା ପରେ ସେମାନେ ଅନୁଷ୍କା-ବିରାଟଙ୍କ ଅନୁରୋଧରେ ମଧ୍ୟ ରାଜି ହୋଇଥିଲେ।
ଅନୁଷ୍କା ଏବଂ ବିରାଟ ବର୍ତ୍ତମାନ ପାପାରାଜିଙ୍କୁ ଏକ ଉପହାର ବାକ୍ସ ପଠାଇଛନ୍ତି। ଯେଉଁଥିରେ ତାଙ୍କ ପାଇଁ ସୁନ୍ଦର ଉପହାର ଅଛି ଏବଂ ଏକ ନୋଟ ମଧ୍ୟ ଲେଖାଯାଇଛି। ସେହି ନୋଟରେ ଲେଖା ହୋଇଛି- ‘ଆମ ପିଲାମାନଙ୍କର ଗୋପନୀୟତା ବଜାୟ ରଖିବା ଏବଂ ସର୍ବଦା ସହଯୋଗ କରିଥିବାରୁ ଧନ୍ୟବାଦ। ଓ୍ବିଥ ଲଭ-ଅନୁଷ୍କା-ବିରାଟ ।
The post ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ appeared first on Dharitri Odia News.