ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର

ଓ୍ବାଶିଂଟନ୍‌: ସିଣ୍ଡି ରୋଡ୍ରିଗୁଏଜ୍‌ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍‌ବିଆଇ ଜାଣିବାକୁ ପାଇଛି। ଏହି ୩୯ ବର୍ଷୀୟା ମହିଳାଙ୍କୁ ଧରାଇଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫,୦୦୦ ଡଲାର ପୁରସ୍କାର ଦିଆଯିବ ବୋଲି ସଂଘୀୟ ତଦନ୍ତକାରୀ ସଂସ୍ଥା ଘୋଷଣା କରିଛି। ଟେକ୍ସାସ୍‌ରେ ଥିବାବେଳେ ନିଜ ୬ ବର୍ଷୀୟ ପୁଅ ନୋଏଲ୍‌ ଅଲଭାରେଜ୍‌ଙ୍କୁ ହତ୍ୟା କରିଥିବା […] The post ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର appeared first on Dharitri Odia News.

ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର

ଓ୍ବାଶିଂଟନ୍‌: ସିଣ୍ଡି ରୋଡ୍ରିଗୁଏଜ୍‌ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍‌ବିଆଇ ଜାଣିବାକୁ ପାଇଛି। ଏହି ୩୯ ବର୍ଷୀୟା ମହିଳାଙ୍କୁ ଧରାଇଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫,୦୦୦ ଡଲାର ପୁରସ୍କାର ଦିଆଯିବ ବୋଲି ସଂଘୀୟ ତଦନ୍ତକାରୀ ସଂସ୍ଥା ଘୋଷଣା କରିଛି।
ଟେକ୍ସାସ୍‌ରେ ଥିବାବେଳେ ନିଜ ୬ ବର୍ଷୀୟ ପୁଅ ନୋଏଲ୍‌ ଅଲଭାରେଜ୍‌ଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ଗତବର୍ଷ ମାର୍ଚ୍ଚରେ ଏଭରମ୍ୟାନ୍‌ ପୋଲିସ ଅଫିସରମାନେ ଟେକ୍ସାସ୍‌ ପରିବାର ଓ ସୁରକ୍ଷା ସେବା ବିଭାଗଠାରୁ ଗୁପ୍ତ ସୂଚନା ପାଇ ସିଣ୍ଡିଙ୍କ ଘର ଯାଞ୍ଚ କରିବାକୁ ଯାଇଥିଲେ। ତଲାସି ବେଳେ ସେମାନେ ନୋଏଲଙ୍କୁ ପାଇ ନ ଥିଲେ। ନୋଏଲଙ୍କ ବିଷୟରେ ସିଣ୍ଡିଙ୍କୁ ପଚାରିବାରୁ ସେ କହିଥିଲେ, ୨୦୨୨ ନଭେମ୍ବର ପରଠୁ ନିଜ ଜୈବିକ ପିତାଙ୍କ ସହ ମେକ୍ସିକୋରେ ରହୁଛନ୍ତି। ୨୦୨୩ ଅକ୍ଟୋବରରେ ଫର୍ଟ ଓର୍ଥସ୍ଥିତ ଟରଣ୍ଟ କାଉଣ୍ଟି ଜିଲା କୋର୍ଟ ସିଣ୍ଡିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ସେହିବର୍ଷ ନଭେମ୍ବର ୨ରେ ତାଙ୍କ ନାମରେ ଗିରଫଦାରି ଓ୍ବାରେଣ୍ଟ ଜାରି କରାଯାଇଛି। ୧୯୮୫ରେ ଟେକ୍ସାସ୍‌ର ଡୋଲ୍ଲାସରେ ଜନ୍ମିତ ସିଣ୍ଡିଙ୍କ ଉଚ୍ଚତା ୫ ଫୁଟ୍‌ ୧ ଇଞ୍ଚରୁ ୩ ଇଞ୍ଚ ମଧ୍ୟରେ ହେବ। ତାଙ୍କ ଓଜନ ୧୨୦-୧୪୦ ପାଉଣ୍ଡ। ସିଣ୍ଡିଙ୍କ ଆଖି ଓ କେଶର ରଙ୍ଗ ଧୂସର ହୋଇଥିବାବେଳେ ଦେହର ବିଭିନ୍ନ ଭାଗରେ ଟାଟୁ ରହିଥିବା ଲୁକ୍‌ଆଉଟ୍‌ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

The post ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର appeared first on Dharitri Odia News.