ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଏହାର ରାୟ ପ୍ରଦାନ କରି କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି। ଏହା ଉପରେ କେନ୍ଦ୍ରର ନିୟାମକ ଶକ୍ତି ନାହିଁ। ସିନ୍ଥେଟିକ୍ସ ଏବଂ କେମିକାଲ୍ସ ମାମଲାରେ ସାତଜଣିଆ ବିଚାରପତି ସାମ୍ବିଧାନିକ ବେଞ୍ଚର ୧୯୯୦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୧୯୯୦ରେ, ସାମ୍ବିଧାନିକ ବେଞ୍ଚ […] The post ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ appeared first on Dharitri Odia News.

ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଏହାର ରାୟ ପ୍ରଦାନ କରି କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି। ଏହା ଉପରେ କେନ୍ଦ୍ରର ନିୟାମକ ଶକ୍ତି ନାହିଁ।

ସିନ୍ଥେଟିକ୍ସ ଏବଂ କେମିକାଲ୍ସ ମାମଲାରେ ସାତଜଣିଆ ବିଚାରପତି ସାମ୍ବିଧାନିକ ବେଞ୍ଚର ୧୯୯୦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୧୯୯୦ରେ, ସାମ୍ବିଧାନିକ ବେଞ୍ଚ କେନ୍ଦ୍ର ସପକ୍ଷରେ ଏହାର ରାୟ ଦେଇଥିଲା।

ଏହି ରାୟ ପ୍ରଦାନ କରି ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ରାଜ୍ୟ ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ। ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲର ଉତ୍ପାଦନ ଏବଂ ଯୋଗାଣ ସଂପର୍କରେ ମଧ୍ୟ ରାଜ୍ୟଗୁଡ଼ିକର ନିୟମ ପ୍ରସ୍ତୁତ କରିବାର ଅଧିକାର ଅଛି।

ଏହି ନିଷ୍ପତ୍ତିରେ କୁହାଯାଇଛି ଯେ, ଗ୍ରାହକମାନେ ଖାଉଥିବା ମଦ ସହ ଜଡିତ ରାଜ୍ୟମାନଙ୍କର ଆଇନଗତ ଶକ୍ତି ରହିଛି। ସେହିଭଳି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲକୁ ମଧ୍ୟ ନିୟନ୍ତ୍ରଣ କରିବାର ରାଜ୍ୟଗୁଡିକର ଅଧିକାର ରହିବା ଉଚିତ୍‌।

The post ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ appeared first on Dharitri Odia News.