ବାଇକ୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ଥୁଆମୂଳ ରାମପୁର, ୩୦ା୫:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୁଣୁପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣା ଘଟିଛି l ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ କର୍ଲାପାଟ ଥାନା ଗୁଣୁପୁର ପଞ୍ଚାୟତ ପୁଷ୍ଟିଗୁଡ଼ା ଗ୍ରାମର ବୁଡୁ ମାଝି (୩୦), ବଳ ମାଝି (୨୨) ଏବଂ ସବି ମାଝି (୬୦) ବାଇକ୍ (ନଂ.ଓଡି୦୮ଜି୭୪୯୦) ଯୋଗେ କୌଣସି କାମରେ ନିକଟସ୍ଥ ଅରଖପେଡ଼ି ଗ୍ରାମକୁ ଯାଇ […] The post ବାଇକ୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର appeared first on Dharitri Odia News.
ଥୁଆମୂଳ ରାମପୁର, ୩୦ା୫:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୁଣୁପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣା ଘଟିଛି l ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ କର୍ଲାପାଟ ଥାନା ଗୁଣୁପୁର ପଞ୍ଚାୟତ ପୁଷ୍ଟିଗୁଡ଼ା ଗ୍ରାମର ବୁଡୁ ମାଝି (୩୦), ବଳ ମାଝି (୨୨) ଏବଂ ସବି ମାଝି (୬୦) ବାଇକ୍ (ନଂ.ଓଡି୦୮ଜି୭୪୯୦) ଯୋଗେ କୌଣସି କାମରେ ନିକଟସ୍ଥ ଅରଖପେଡ଼ି ଗ୍ରାମକୁ ଯାଇ ଫେରୁଥିଲେ। ବାଲିସରା ଗ୍ରାମର ଶ୍ମଶାନ ପାଖରେ ଅପରାହ୍ନରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଘଟିଥିଲା। ଏଥିରେ ବୁଡୁ ମାଝିଙ୍କ ଘଟଣାସ୍ଥଳରେ ମୃତ୍ର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କାଣିଗୁମାସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
The post ବାଇକ୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର appeared first on Dharitri Odia News.