ପୁଣି ଜାମିନ ଆବେଦନ କଲେ ଜଗନ୍ନାଥ, ଖାରଜ କଲେ କୋର୍ଟ

ଭୁବନେଶ୍ୱର,୪ା୭: ଗିରଫ ହୋଇଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଗତକାଲି ମଧ୍ୟ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଜଗନ୍ନାଥଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। […] The post ପୁଣି ଜାମିନ ଆବେଦନ କଲେ ଜଗନ୍ନାଥ, ଖାରଜ କଲେ କୋର୍ଟ appeared first on Dharitri Odia News.

ପୁଣି ଜାମିନ ଆବେଦନ କଲେ ଜଗନ୍ନାଥ, ଖାରଜ କଲେ କୋର୍ଟ

ଭୁବନେଶ୍ୱର,୪ା୭: ଗିରଫ ହୋଇଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଗତକାଲି ମଧ୍ୟ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।

ଜଗନ୍ନାଥଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ରାତିରେ ସେ ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ, ଯାହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଏହାପରେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲକୁ ପଠାଯାଇଥିଲା।

ଜଗନ୍ନାଥଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (BNS) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ଏହି ମାମଲାକୁ ସେସନ୍ସ କୋର୍ଟରେ ଉପସ୍ଥାପନ କରାଯିବ। କୋର୍ଟ ବାହାରେ ଜଗନ୍ନାଥଙ୍କ ଶହ ଶହ ସମର୍ଥକଙ୍କ ଭିଡ଼ ଦେଖାଦେଇଥିଲା, ଏବଂ ଝାରପଡ଼ା ଜେଲ ଫାଟକ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଏହି ଘଟଣା ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ଭୁବନେଶ୍ୱର ଡିସିପି ପୋଲିସ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ, ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଓ ସେସନ୍ସ କୋର୍ଟରେ ହେବାକୁ ଥିବା ବିଚାର ଉପରେ ସମସ୍ତଙ୍କ ନଜର ରହିଛି।

The post ପୁଣି ଜାମିନ ଆବେଦନ କଲେ ଜଗନ୍ନାଥ, ଖାରଜ କଲେ କୋର୍ଟ appeared first on Dharitri Odia News.