‘ଅବ କି ବାର ଚାର୍ ଶୋ ପାର୍’ ! ଓଡ଼ିଶା ବଜେପିକୁ ମୋଦିଙ୍କ ବଡ଼ ଟାସ୍କ

କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।

‘ଅବ କି ବାର ଚାର୍ ଶୋ ପାର୍’ ! ଓଡ଼ିଶା ବଜେପିକୁ ମୋଦିଙ୍କ ବଡ଼ ଟାସ୍କ

ଫିର୍ ଏକ ବାର ମୋଦି ସରକାର... ଅବ କି ବାର ଚାର୍ ଶୋ ପାର୍। ଆଉ ସେଥିପାଇଁ ଦିଲ୍ଲୀରେ ସରିଛି ପାଠଶାଳା। କାର୍ଯ୍ୟକର୍ତ୍ତାଙ୍କୁ ମିଳିଛି ଶହେ ଦିନର ଟାସ୍କ। ଶହେ ଦିନିଆ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକର୍ତ୍ତାକୁ ଦେଇଥିଲେ ବିଜୟ ମନ୍ତ୍ର।