ପାଦ୍ରୀ ବଜିନ୍ଦର ସିଂହ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମୋହାଲି କୋର୍ଟ

ପଞ୍ଜାବ ୦୧/୦୪: ଯୀଶୁ-ଯୀଶୁ କହୁଥିବା ଆତ୍ମଘୋଷିତ ପାଦ୍ରୀ ବଜିନ୍ଦର ସିଂହଙ୍କ ବଢିଲା ଅଡୁଆ । ୨୦୧୮ ଯୌନ ଉତ୍ପୀଡ଼ନ ମାମାଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୋହାଲିର POCSO କୋର୍ଟ । ଗତ ସପ୍ତାହରେ, କୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ଦୁଷ୍କର୍ମ), ୩୨୩ (ଆଘାତ ଦେବା ପାଇଁ ଦଣ୍ଡ) ଏବଂ ୫୦୬ (ଅପରାଧୀକ ଧମକ) ଅନୁଯାୟୀ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେପଟେ ରାୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା । ସେ କହିଛନ୍ତି ବଜିନ୍ଦର ଜଣେ ମାନସିକ ରୋଗୀ । ଜେଲରୁ ବାହାରିବା ପରେ ବି ସମାନ ଅପରାଧ କରିବେ । ତେଣୁ ମୁଁ ଚାହେଁ ଯେ ସେ ଜେଲରେ ରହୁ। କେବଳ ଏଇ ବିଜୟ ମୋର ନୁହେଁ, ଏହା ଅନେକ ପୀଡିତାଙ୍କ ବିଜୟ । ତେବେ ଆଗକୁ ଆମ ଉପରେ ଆକ୍ରମଣର ସମ୍ଭାବନା ଥିବାରୁ ମୁଁ ପଞ୍ଜାବର ଡିଜିପିଙ୍କୁ ଆମର ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରୁଛି।ସୂଚନା ଥାଉକି,  ୨୦୧୮ ଦୁଷ୍କର୍ମ ମାମଲାରେ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ମୋହାଲି କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି। ବଜିନ୍ଦରଙ୍କ ଉପରେ ଜଣେ ମହିଳା ଦୁଷ୍କର୍ମର ଅଭିଯୋଗ ଆଣିଥିଲେ। ହରିୟାଣାର ଯମୁନାନଗରରୁ ଆସିଥିବା ବଜିନ୍ଦର ସିଂହ ଜଲନ୍ଧରରେ ଚର୍ଚ୍ଚ ଅଫ୍ ଗ୍ଲୋରୀ ଆଣ୍ଡ୍ ୱିଜଡମର ପ୍ରତିଷ୍ଠାତା । ସେ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କ ଦୂତ ବୋଲି କୁହନ୍ତି । ଏହାସହ ରୋଗ ଭଲ କରିବାରେ ତାଙ୍କର ହାତ ରହିଛି ବୋଲି ଦାବି କରନ୍ତି। ନିକଟ

ପାଦ୍ରୀ ବଜିନ୍ଦର ସିଂହ ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମୋହାଲି କୋର୍ଟ

ପଞ୍ଜାବ ୦୧/୦୪: ଯୀଶୁ-ଯୀଶୁ କହୁଥିବା ଆତ୍ମଘୋଷିତ ପାଦ୍ରୀ ବଜିନ୍ଦର ସିଂହଙ୍କ ବଢିଲା ଅଡୁଆ । ୨୦୧୮ ଯୌନ ଉତ୍ପୀଡ଼ନ ମାମାଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୋହାଲିର POCSO କୋର୍ଟ । ଗତ ସପ୍ତାହରେ, କୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ଦୁଷ୍କର୍ମ), ୩୨୩ (ଆଘାତ ଦେବା ପାଇଁ ଦଣ୍ଡ) ଏବଂ ୫୦୬ (ଅପରାଧୀକ ଧମକ) ଅନୁଯାୟୀ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

ସେପଟେ ରାୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତା । ସେ କହିଛନ୍ତି ବଜିନ୍ଦର ଜଣେ ମାନସିକ ରୋଗୀ । ଜେଲରୁ ବାହାରିବା ପରେ ବି ସମାନ ଅପରାଧ କରିବେ । ତେଣୁ ମୁଁ ଚାହେଁ ଯେ ସେ ଜେଲରେ ରହୁ। କେବଳ ଏଇ ବିଜୟ ମୋର ନୁହେଁ, ଏହା ଅନେକ ପୀଡିତାଙ୍କ ବିଜୟ । ତେବେ ଆଗକୁ ଆମ ଉପରେ ଆକ୍ରମଣର ସମ୍ଭାବନା ଥିବାରୁ ମୁଁ ପଞ୍ଜାବର ଡିଜିପିଙ୍କୁ ଆମର ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରୁଛି।

ସୂଚନା ଥାଉକି,  ୨୦୧୮ ଦୁଷ୍କର୍ମ ମାମଲାରେ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ମୋହାଲି କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି। ବଜିନ୍ଦରଙ୍କ ଉପରେ ଜଣେ ମହିଳା ଦୁଷ୍କର୍ମର ଅଭିଯୋଗ ଆଣିଥିଲେ। ହରିୟାଣାର ଯମୁନାନଗରରୁ ଆସିଥିବା ବଜିନ୍ଦର ସିଂହ ଜଲନ୍ଧରରେ ଚର୍ଚ୍ଚ ଅଫ୍ ଗ୍ଲୋରୀ ଆଣ୍ଡ୍ ୱିଜଡମର ପ୍ରତିଷ୍ଠାତା । ସେ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କ ଦୂତ ବୋଲି କୁହନ୍ତି । ଏହାସହ ରୋଗ ଭଲ କରିବାରେ ତାଙ୍କର ହାତ ରହିଛି ବୋଲି ଦାବି କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ମାର୍‌ପିଟ୍ କରୁଥିବା ଦେଖିବାକୁ ମିଳିଥିଲା।


ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ପାଦ୍ରୀ ବଜିନ୍ଦର ସିଂହ ମୋହାଲିରେ ତାଙ୍କ ଘରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ସହ ଘଟଣାକୁ ରେକର୍ଡ କରି ବ୍ଲାକମେଲ୍ କରିବାକୁ ଧମକ ଦେଇଥିଲେ । ସେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ତାଙ୍କ ଦାବିରେ ରାଜି ନ ହେଲେ ଭିଡିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲା।

ପାଷ୍ଟର ବଜିନ୍ଦର ସିଂହ କିଏ?

ପାଷ୍ଟର ବଜିନ୍ଦର ସିଂହ,  ହରିୟାଣାର ଯମୁନାନଗରର ଜାଟ୍ ପରିବାରରେ ଜନ୍ମ । ଯିଏ ପୂର୍ବରୁ ହତ୍ୟା ଅଭିଯୋଗରେ ଜେଲ ଯାଇସାରିଛନ୍ତି। ଜେଲରେ ଜଣେ ପାଦ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ବଜିନ୍ଦର ସିଂହ ତାଙ୍କ ଧର୍ମ ପରିବର୍ତ୍ତନ କରିଥିଲେ । ବଜିନ୍ଦର ଜଲନ୍ଧର ଜିଲ୍ଲାର ଏକ ଚର୍ଚ୍ଚରେ ଜଣେ ପାଦ୍ରୀ ଅଟନ୍ତି। ଏହାସହ, ସେ ଚର୍ଚ୍ଚ ଅଫ୍ ଗ୍ଲୋରୀ ଆଣ୍ଡ୍ ୱିଜଡମର ପ୍ରତିଷ୍ଠାତା ମଧ୍ୟ । ପାଦ୍ରୀ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କ ଦୂତ ବୋଲି କୁହନ୍ତି । ଯାହାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।