ସକାଳେ ସୂର୍ଯ୍ୟଙ୍କ ତାତି ସହ ଅପରାହ୍ନରେ ବର୍ଷା ସମ୍ଭାବନା, ୧୭ ପରେ ବଢିବ ପରିମାଣ
ଭୁବନେଶ୍ୱର ୧୧/୦୬: ରାଜ୍ୟରେ ସକାଳେ ତାତି, ଅପରାହ୍ନରେ ବର୍ଷା ସମ୍ଭାବନା । ଦକ୍ଷିଣ ପୂର୍ବ ବା ପୂର୍ବ ଦିଗରୁ ଓଡ଼ିଶା ଆଡ଼କୁ ପବନର ଦିଗ ରହିଛି । ପ୍ରଭାବରେ ଜଳୀୟ ବାଷ୍ପ ଆସିବ ସହ କେତେକ ସ୍ଥାନରେ ମୌସୁମୀ ବର୍ଷା ହେବ । ବିଶେଷ ଭାବେ ଦକ୍ଷିଣ ଅଭ୍ୟନ୍ତରୀଣ ଅପେକ୍ଷା ଉପକୂଳ ଓଡ଼ିଶାରେ ବର୍ଷା ହେବ । ୧୫ ରୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନର ବେଗ ରହିବ । ଯେଉଁଥିରେ ମୌସୁମୀ ଜନିତ ବର୍ଷାର ପରିଣାମ ବଢିପାରେ । ସେହିପରି ୧୭/୧୮ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ ବର୍ଷାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଉ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବିଶେଷ କରି ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର ଏବଂ ନୂଆପଡା। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ସ୍ଥଳ ବିଶେଷରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏଥିସହ ରାଜ୍ୟର କିଛି ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର ୧୧/୦୬: ରାଜ୍ୟରେ ସକାଳେ ତାତି, ଅପରାହ୍ନରେ ବର୍ଷା ସମ୍ଭାବନା । ଦକ୍ଷିଣ ପୂର୍ବ ବା ପୂର୍ବ ଦିଗରୁ ଓଡ଼ିଶା ଆଡ଼କୁ ପବନର ଦିଗ ରହିଛି । ପ୍ରଭାବରେ ଜଳୀୟ ବାଷ୍ପ ଆସିବ ସହ କେତେକ ସ୍ଥାନରେ ମୌସୁମୀ ବର୍ଷା ହେବ । ବିଶେଷ ଭାବେ ଦକ୍ଷିଣ ଅଭ୍ୟନ୍ତରୀଣ ଅପେକ୍ଷା ଉପକୂଳ ଓଡ଼ିଶାରେ ବର୍ଷା ହେବ ।
୧୫ ରୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନର ବେଗ ରହିବ । ଯେଉଁଥିରେ ମୌସୁମୀ ଜନିତ ବର୍ଷାର ପରିଣାମ ବଢିପାରେ । ସେହିପରି ୧୭/୧୮ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ ବର୍ଷାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆଉ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବିଶେଷ କରି ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର ଏବଂ ନୂଆପଡା।
ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ସ୍ଥଳ ବିଶେଷରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏଥିସହ ରାଜ୍ୟର କିଛି ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆକଳନ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ପ୍ରବଳ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଜନସାଧାରଣ। ସକାଳ ୮ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି।