ବିଜେପି ନେତାଙ୍କୁ ବିଜେଡିର ଟାର୍ଗେଟ୍, 'ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ପୋଷ୍ଟର ବୟ'
ଭୁବନେଶ୍ବର ୧୫।୪: ବିଜେପି ବିରୁଦ୍ଧରେ ବିଜେଡିର ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ପୋଷ୍ଟର ବୟ । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ । ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ତୁଙ୍ଗ ନେତାଙ୍କ ପାଖ ଲୋକ । ମଦ୍ୟପାନ କରି ଧମକାଉଛନ୍ତି । କେମିତି ବିଜେପି ନିଜ କର୍ମୀଙ୍କୁ ଆଗରେ ମୁହଁ ଦେଖାଉଛି ତାହା ଜଣାପଡୁନି । ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନାଁରେ ଠକି ଜେଲ୍ ଯାଇଥିଲେ । ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା । ଆମେ ଏ ପ୍ରମାଣ ସବୁ CEO ଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତ୍ତିକ ଲଢେଇରେ ବିଜେପି ବିଜେଡିକୁ ସାମ୍ନା କରିପାରୁ ନଥିବାରୁ ଅପରାଧୀମାନେ ବିଜେପିର ଆଶାବାଡ଼ି ପାଲଟିଛନ୍ତି । ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି ସ୍ଵଂୟ ପ୍ରକାଶ କହିଛନ୍ତି ।You Can Read :କଲବଲ କଲାଣି ତାତି, ଦିନ ସାଢେ ୧୧ଟାରେ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ
ଭୁବନେଶ୍ବର ୧୫।୪: ବିଜେପି ବିରୁଦ୍ଧରେ ବିଜେଡିର ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ନେତା ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ପୋଷ୍ଟର ବୟ । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି ।
ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ । ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ତୁଙ୍ଗ ନେତାଙ୍କ ପାଖ ଲୋକ । ମଦ୍ୟପାନ କରି ଧମକାଉଛନ୍ତି । କେମିତି ବିଜେପି ନିଜ କର୍ମୀଙ୍କୁ ଆଗରେ ମୁହଁ ଦେଖାଉଛି ତାହା ଜଣାପଡୁନି । ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନାଁରେ ଠକି ଜେଲ୍ ଯାଇଥିଲେ । ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା ।
ଆମେ ଏ ପ୍ରମାଣ ସବୁ CEO ଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତ୍ତିକ ଲଢେଇରେ ବିଜେପି ବିଜେଡିକୁ ସାମ୍ନା କରିପାରୁ ନଥିବାରୁ ଅପରାଧୀମାନେ ବିଜେପିର ଆଶାବାଡ଼ି ପାଲଟିଛନ୍ତି । ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି ସ୍ଵଂୟ ପ୍ରକାଶ କହିଛନ୍ତି ।
You Can Read :
କଲବଲ କଲାଣି ତାତି, ଦିନ ସାଢେ ୧୧ଟାରେ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ