ଭାଜପାକୁ ବଡ଼ ଝଟ୍କା
ଚଣ୍ଡିଗଡ଼,୧୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍କା ଲାଗିଛି। ହରିୟାଣାର ଭାଜପା ଲୋକ ସଭା ଏମ୍ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ପରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ଏହାପରେ ସେ କଂଗ୍ରେସରେ ଯୋଗଦେବେ। କେବଳ ଏତିକି ନୁହେଁ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ମଧ୍ୟ କଂଗ୍ରେସରେ ସାମିଲ ହେବେ। ପରେ ଏକ ରାଲିରେ ସେ ଦଳରେ […] The post ଭାଜପାକୁ ବଡ଼ ଝଟ୍କା appeared first on Dharitri Odia News.
ଚଣ୍ଡିଗଡ଼,୧୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍କା ଲାଗିଛି। ହରିୟାଣାର ଭାଜପା ଲୋକ ସଭା ଏମ୍ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ପରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ଏହାପରେ ସେ କଂଗ୍ରେସରେ ଯୋଗଦେବେ।
କେବଳ ଏତିକି ନୁହେଁ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ମଧ୍ୟ କଂଗ୍ରେସରେ ସାମିଲ ହେବେ। ପରେ ଏକ ରାଲିରେ ସେ ଦଳରେ ଯୋଗଦେବେ। ଏହାପୂର୍ବରୁ ସେ ରବିବାର ଭାଜପାର ପ୍ରାଥମିକ ସଦସ୍ୟାତାରୁ ଇସ୍ତଫା ଦେଇଥିଲେ।
ବ୍ରିଜେନ୍ଦ୍ର କହିଛନ୍ତି, ରାଜନୈତିକ କାରଣରୁ ମୁଁ ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛି। ମୁଁ ଦଳ ତଥା ଜାତୀୟ ସଭାପତିଙ୍କୁ କୃତଜ୍ଞତା ଜଣାଉଛି।
କହିରଖୁଛୁ, କୁଲଦୀପ ବିଷ୍ନୋଇ ଭାଜପାରେ ସାମିଲ ହେବା ପରଠାରୁ ଲଗାତାର ବ୍ରିଜେନ୍ଦ୍ର ସିଂହଙ୍କ ଟିକେଟ କଟିବାର ଭୟ ରହିଥିଲା। ଏହାବ୍ୟତିତ ଚୌଧୁରୀ ବିରେନ୍ଦ୍ରଙ୍କ ପରିବାର ମଧ୍ୟ ଜେଜେପି ମେଣ୍ଟକୁ ନେଇ ଭାଜପା ଉପରେ ଖପ୍ପା ହୋଇଥିଲା।
The post ଭାଜପାକୁ ବଡ଼ ଝଟ୍କା appeared first on Dharitri Odia News.