ମାନସିକ ଚାପ କମାଇବାକୁ ବ୍ୟକ୍ତିଙ୍କ ଅଜବ ଉପାୟ, ୧୦୦୦ଟି ଘରେ କରିଥିଲେ ଅନୁପ୍ରବେଶ

ମୁମ୍ଵାଇ ୦୩।୧୨; ମାନସିକ ଚାପ କମାଇବା ଲାଗି ଲୋକେ ଯୋଗ, ଧ୍ୟାନ, ପ୍ରାଣାୟାମ, ବ୍ୟାୟାମ  ଇତ୍ୟାଦି କରୁଥିବା ଆପଣମାନେ ଶୁଣିଥିବେ । ତେବେ ଜାପାନରେ ଜଣେ  ବ୍ୟକ୍ତି ମାନସିକ ଚାପ ହ୍ରାସ ଲାଗି ଏକ ଅଜବ ଉପାୟ ଅବଲମ୍ବନ କରିଛନ୍ତି ।  ସେ ପ୍ରାୟ ୧୦୦୦ଟି ଘରେ ଅବୈଧ ଭାବେ ଅନୁପ୍ରବେଶ କରିଥିଲେ । ଶେଷ  ଥର ଲାଗି ନଭେମ୍ବର ୨୫ ତାରିଖ ରାତିରେ ଦକ୍ଷିଣ ଜାପାନରେ ଦାଜାଇଫୁ  ସହରରେ ଥିବା ଏକ ଘରେ ସେ ପଶିଥିବାବେଳେ ଗୃହକର୍ତ୍ତା ଓ ତାଙ୍କର ପତ୍ନୀ   ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ତାଙ୍କୁ ଗିରଫ  କରିଛି । ଜେରା ସମୟରେ ସେ ନିଜ ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି ।  ସ୍ଥାନୀୟ ଖବରକାଗଜ ଅନୁସାରେ ପୁଲିସକୁ ସେ କହିଛନ୍ତି, ଅନ୍ୟମାନଙ୍କ  ଘରେ ପଶିବା ତାଙ୍କର ଅଭ୍ୟାସ । ସେ ଏହା ୧୦୦୦ରୁ ଅଧିକ ଥର କରିଛନ୍ତି । ଅନ୍ୟମାନଙ୍କ ଘରେ ପଶିବା ସମୟରେ କେହି ତାଙ୍କୁ ଦେଖି ପାରିବେ କି ନାହିଁ  ସେଇ କଥା ଚିନ୍ତା କରିବା ସମୟରେ ସେ ରୋମାଞ୍ଚିତ ହୋଇଉଠିଥାନ୍ତି । ଏହି  ସମୟରେ ତାଙ୍କର ପାପୁଲି ଝାଳରେ ଭିଜିଯାଏ । ଫଳରେ ମାନସିକ ଚାପ କିଛି  ପରିମାଣରେ ହ୍ରାସ ହୋଇଥାଏ । ତାଙ୍କର ଏଭଳି ଅଜବ ସ୍ୱୀକାରୋକ୍ତି ଶୁଣି  ତଦନ୍ତକାରୀ ପୁଲିସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ  ବ୍ୟକ୍ତିଙ୍କ ସଂପର୍କରେ ଅଧିକ ତଦନ୍ତ କରାଯାଇଥିଲା । ତାଙ୍କ କଥା ମୁତାବକ ସେ  ପଶିଥିବା ୧୦୦୦ଟି ଘରୁ କେବେହେଲେ କୌଣସି ଜିନିଷ ଚୋରି ହ

ମାନସିକ ଚାପ କମାଇବାକୁ ବ୍ୟକ୍ତିଙ୍କ ଅଜବ ଉପାୟ, ୧୦୦୦ଟି ଘରେ କରିଥିଲେ ଅନୁପ୍ରବେଶ

ମୁମ୍ଵାଇ ୦୩।୧୨; ମାନସିକ ଚାପ କମାଇବା ଲାଗି ଲୋକେ ଯୋଗ, ଧ୍ୟାନ, ପ୍ରାଣାୟାମ, ବ୍ୟାୟାମ  ଇତ୍ୟାଦି କରୁଥିବା ଆପଣମାନେ ଶୁଣିଥିବେ । ତେବେ ଜାପାନରେ ଜଣେ  ବ୍ୟକ୍ତି ମାନସିକ ଚାପ ହ୍ରାସ ଲାଗି ଏକ ଅଜବ ଉପାୟ ଅବଲମ୍ବନ କରିଛନ୍ତି ।  ସେ ପ୍ରାୟ ୧୦୦୦ଟି ଘରେ ଅବୈଧ ଭାବେ ଅନୁପ୍ରବେଶ କରିଥିଲେ । ଶେଷ  ଥର ଲାଗି ନଭେମ୍ବର ୨୫ ତାରିଖ ରାତିରେ ଦକ୍ଷିଣ ଜାପାନରେ ଦାଜାଇଫୁ  ସହରରେ ଥିବା ଏକ ଘରେ ସେ ପଶିଥିବାବେଳେ ଗୃହକର୍ତ୍ତା ଓ ତାଙ୍କର ପତ୍ନୀ   ପୁଲିସ ନିକଟରେ ଅଭିଯୋଗ କରିଥିଲେ । 

ଏହାପରେ ପୁଲିସ ତାଙ୍କୁ ଗିରଫ  କରିଛି । ଜେରା ସମୟରେ ସେ ନିଜ ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି ।  ସ୍ଥାନୀୟ ଖବରକାଗଜ ଅନୁସାରେ ପୁଲିସକୁ ସେ କହିଛନ୍ତି, ଅନ୍ୟମାନଙ୍କ  ଘରେ ପଶିବା ତାଙ୍କର ଅଭ୍ୟାସ । ସେ ଏହା ୧୦୦୦ରୁ ଅଧିକ ଥର କରିଛନ୍ତି । ଅନ୍ୟମାନଙ୍କ ଘରେ ପଶିବା ସମୟରେ କେହି ତାଙ୍କୁ ଦେଖି ପାରିବେ କି ନାହିଁ  ସେଇ କଥା ଚିନ୍ତା କରିବା ସମୟରେ ସେ ରୋମାଞ୍ଚିତ ହୋଇଉଠିଥାନ୍ତି । ଏହି  ସମୟରେ ତାଙ୍କର ପାପୁଲି ଝାଳରେ ଭିଜିଯାଏ । ଫଳରେ ମାନସିକ ଚାପ କିଛି  ପରିମାଣରେ ହ୍ରାସ ହୋଇଥାଏ । 

ତାଙ୍କର ଏଭଳି ଅଜବ ସ୍ୱୀକାରୋକ୍ତି ଶୁଣି  ତଦନ୍ତକାରୀ ପୁଲିସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ  ବ୍ୟକ୍ତିଙ୍କ ସଂପର୍କରେ ଅଧିକ ତଦନ୍ତ କରାଯାଇଥିଲା । ତାଙ୍କ କଥା ମୁତାବକ ସେ  ପଶିଥିବା ୧୦୦୦ଟି ଘରୁ କେବେହେଲେ କୌଣସି ଜିନିଷ ଚୋରି ହୋଇନଥିବା  ଜଣାପଡ଼ିଥିଲା । ତେବେ ବ୍ୟକ୍ତିଙ୍କର ମାନସିକ ସମସ୍ୟା ଥିବା ଆକଳନ କରି  ଅଧିକାରୀମାନେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି