ଏୟାର ଭିସ୍ତାରା ସଂକଟକୁ ନେଇ DGCAଙ୍କ ବଡ଼ ନିଷ୍ପତ୍ତି, ଏବେ କମ୍ପାନୀକୁ ଦୈନିକ ଦେବାକୁ ହେବ ଉଡାଣ ବିଳମ୍ବର ସୂଚନା

ନୂଆଦିଲ୍ଲୀ ୨।୪: ଭିସ୍ତାରା ବିମାନ ସଞ୍ଚାଳନରେ ଉପୁଜିଥିବା ଅବ୍ୟବସ୍ଥାକୁ ନେଇ ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବଡ଼ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ କମ୍ପାନୀକୁ ଏବେ ରଦ୍ଦ ଓ ବିଳମ୍ବିତ ହେଉଥିବା ଉଡାଣକୁ ନେଇ ଡିଜିସିଏଙ୍କୁ ଦୈନିକ ସୂଚନା ଦେବାକୁ ପଡିବ। ଭିସ୍ତାରା ଏୟାରଲାଇନ୍ସ ଏବେ ଚାଳକଦଳ ଅଭାବ ଜନିତ ସଂକଟରେ ଫଶି ଯାଇଛି। ଫଳବେ ନିୟମିତ ବିମାନ ଉଡାଣରେ ବିଳମ୍ବ ଓ କେବେ କେବେ ରଦ୍ଦ କରିବାକୁ ପଡୁଛି। In view of the various flight disruptions of Vistara due to various reasons including crew unavailability, DGCA has asked the airline to submit daily information and details on the flights that are being cancelled and delayed. The airline has also been asked to ensure that the… pic.twitter.com/4Rq427YKBF— ANI (@ANI) April 2, 2024ଉଲ୍ଲେଖଯୋଗ୍ୟ ଯେ ଟାଟା ଗ୍ରୁପ ଦ୍ୱାରା ସଞ୍ଚାଳିତ ହେଉଥିବା ଭିସ୍ତାରା ଏୟାରଲାଇନ୍ସର ଗତ ୧ ସପ୍ତାହରୁ ଅଧିକ କାଳ ହେଲା ୧୦୦ ଫ୍ଲାଇଟ୍ ହୁଏତ ରଦ୍ଦ କରିଛି ଅଥବା ବିଳମ୍ବରେ ଯାତ୍ରା କରିଛି। ଏଥିରେ ସୋମବାର ମଧ୍ୟ ୫୦ରୁ ଅଧିକ ଫ୍ଲାଇଟ୍ ପ୍ରଭାବିତ ହୋଇଥିଲା। ଏ ବାବଦେ ଭିସ୍ତାରା ପାଇଲଟ ଓ କ୍ୟାବିନ କ୍ରୁ ଅଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ପରିସ୍ଥିତି ଏପରି ହୋଇଛି ଯେ ମଙ୍ଗଳବ

ଏୟାର ଭିସ୍ତାରା ସଂକଟକୁ ନେଇ DGCAଙ୍କ ବଡ଼ ନିଷ୍ପତ୍ତି, ଏବେ କମ୍ପାନୀକୁ ଦୈନିକ ଦେବାକୁ ହେବ ଉଡାଣ ବିଳମ୍ବର ସୂଚନା

ନୂଆଦିଲ୍ଲୀ ୨।୪: ଭିସ୍ତାରା ବିମାନ ସଞ୍ଚାଳନରେ ଉପୁଜିଥିବା ଅବ୍ୟବସ୍ଥାକୁ ନେଇ ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବଡ଼ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ କମ୍ପାନୀକୁ ଏବେ ରଦ୍ଦ ଓ ବିଳମ୍ବିତ ହେଉଥିବା ଉଡାଣକୁ ନେଇ ଡିଜିସିଏଙ୍କୁ ଦୈନିକ ସୂଚନା ଦେବାକୁ ପଡିବ। ଭିସ୍ତାରା ଏୟାରଲାଇନ୍ସ ଏବେ ଚାଳକଦଳ ଅଭାବ ଜନିତ ସଂକଟରେ ଫଶି ଯାଇଛି। ଫଳବେ ନିୟମିତ ବିମାନ ଉଡାଣରେ ବିଳମ୍ବ ଓ କେବେ କେବେ ରଦ୍ଦ କରିବାକୁ ପଡୁଛି। 


ଉଲ୍ଲେଖଯୋଗ୍ୟ ଯେ ଟାଟା ଗ୍ରୁପ ଦ୍ୱାରା ସଞ୍ଚାଳିତ ହେଉଥିବା ଭିସ୍ତାରା ଏୟାରଲାଇନ୍ସର ଗତ ୧ ସପ୍ତାହରୁ ଅଧିକ କାଳ ହେଲା ୧୦୦ ଫ୍ଲାଇଟ୍ ହୁଏତ ରଦ୍ଦ କରିଛି ଅଥବା ବିଳମ୍ବରେ ଯାତ୍ରା କରିଛି। ଏଥିରେ ସୋମବାର ମଧ୍ୟ ୫୦ରୁ ଅଧିକ ଫ୍ଲାଇଟ୍ ପ୍ରଭାବିତ ହୋଇଥିଲା। ଏ ବାବଦେ ଭିସ୍ତାରା ପାଇଲଟ ଓ କ୍ୟାବିନ କ୍ରୁ ଅଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ପରିସ୍ଥିତି ଏପରି ହୋଇଛି ଯେ ମଙ୍ଗଳବାର ଓ ବୁଧବାର ୮୦ ଅଧିକ ଫ୍ଲାଇଟ୍ କ୍ୟାନସଲ ଅଥବା ବିଳମ୍ବରେ ଉଡାଣ କରିପାରେ। 

ଏଭିଏସନ ମନ୍ତ୍ରାଳୟ ଘଟଣାର ସଂଜ୍ଞାନ ନେଇ ଭିସ୍ତାରାକୁ ବିସ୍ତୃତ ଜବାବ ତଲବ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଟାଟା ଗତବର୍ଷ ଏୟାର ଇଣ୍ଡିଆକୁ କ୍ରୟ କରିଥିଲେ। ଏବେ ଏୟାର ଇଣ୍ଡିଆ ଓ ଏୟାର ଭିସ୍ତାରାର ବିଲୟ ହେଉଛି। ଏ ନେଇ ପ୍ରକ୍ରିୟା ଜାରି ଥିବା ବେଳେ ଏପରି ସଂକଟ ଉପୁଜିଛି। ଭିସ୍ତାରା ଏୟାରଲାଇନ୍ସର କର୍ମଚାରୀ ଭାବୁଛନ୍ତି ମର୍ଜର ପରେ ସେମାନଙ୍କ ବେତନ ହ୍ରାସ ହୋଇପାରେ। ଫଳରେ ବିମାନ କମ୍ପାନୀ ପାଇଁ ଚାଳକ ଦଳ ଉପଲବ୍ଧ ହେଉ ନଥିବା ବେଳେ ବିମାନ ସେବା ପ୍ରଦାନ ହୁଏତ ବିଳମ୍ବିତ ହେଉଛି ଅଥବା ଚାଳକ ଦଳ ସଦସ୍ୟ ନ ମିଳିବା ସ୍ଥଳେ ବିମାନର ଯାତ୍ରା ରଦ୍ଦ କରାଯାଉଛି। ଏଣୁ ଡିଜିସିଏ ଭିସ୍ତାରା ଏୟାର ଲାଇନ୍ସକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।