ବଡ଼ ଭାଉଜଙ୍କୁ ଧରି ଦିଅର ଫେରାର: ଭଉଣୀ ନେଲେ ଏମିତି ପଦକ୍ଷେପ
ପାଟନା,୨୭।୬: ବିହାରର ବାଙ୍କା ଜିଲାର ଅମରପୁର ଥାନା ଅଞ୍ଚଳର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ନିଜ ଭାଉଜଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏନେଇ ଭଉଣୀ ପୋଲିସରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋର ବଡ଼ ଭାଇ ଗୁଜରାଟରେ ଶ୍ରମିକ ଭାବରେ କାମ କରନ୍ତି। କିଛି ଦିନ ପୂର୍ବେ ସେ ତାଙ୍କ ସାନ ଭାଇକୁ ଫୋନ ମାଧ୍ୟମରେ ଭାଉଜଙ୍କୁ ତାଙ୍କ ବାପଘରୁ ନେଇଆସିବାକୁ କହିଥିଲେ। ସେ ଆଣିବାକୁ ଯାଇ ସେଠାରୁ ଫେରାର ହୋଇଯାଛନ୍ତି। ଅଭିଯୋଗ […] The post ବଡ଼ ଭାଉଜଙ୍କୁ ଧରି ଦିଅର ଫେରାର: ଭଉଣୀ ନେଲେ ଏମିତି ପଦକ୍ଷେପ appeared first on Dharitri Odia News.
ପାଟନା,୨୭।୬: ବିହାରର ବାଙ୍କା ଜିଲାର ଅମରପୁର ଥାନା ଅଞ୍ଚଳର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ନିଜ ଭାଉଜଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏନେଇ ଭଉଣୀ ପୋଲିସରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋର ବଡ଼ ଭାଇ ଗୁଜରାଟରେ ଶ୍ରମିକ ଭାବରେ କାମ କରନ୍ତି। କିଛି ଦିନ ପୂର୍ବେ ସେ ତାଙ୍କ ସାନ ଭାଇକୁ ଫୋନ ମାଧ୍ୟମରେ ଭାଉଜଙ୍କୁ ତାଙ୍କ ବାପଘରୁ ନେଇଆସିବାକୁ କହିଥିଲେ। ସେ ଆଣିବାକୁ ଯାଇ ସେଠାରୁ ଫେରାର ହୋଇଯାଛନ୍ତି।
ଅଭିଯୋଗ ହୋଇଛି, ସାନ ଭାଇ ତାଙ୍କ ଭାଉଜକୁ ଆଣିବା ପାଇଁ ତାଙ୍କ ବଡ଼ ଭାଇର ଶ୍ୱଶୁର ଘରେ ପହଞ୍ଚିଥିଲେ। ସେ ସେଠାରେ ଗୋଟିଏ ଦିନ ରହିଲେ ଏବଂ ତା’ପରଦିନ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କଲେ ମଧ୍ୟ କୌଣସି ସୁରାକ ମିଳିଲା ନାହିଁ। ଏହା ପରେ, ଭଉଣୀ ଅମରପୁର ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ମୋ ଭାଇକୁ ପ୍ରଲୋଭନ ଦେଖାଇ ଫସାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ପୋଲିସ ଷ୍ଟେଶନ ଇନଚାର୍ଜ ପଙ୍କଜ କୁମାର ଝା କହିଛନ୍ତି, ଆବେଦନ ଗ୍ରହଣ କରାଯାଇଛି। ମାମଲାର ତଦନ୍ତ କରାଯାଉଛି। ଖୁବ ଶୀଘ୍ର ଉଭୟଙ୍କ ସ୍ଥାନ ଖୋଜାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ସମ୍ପର୍କରେ ଗାଁରେ ବିଭିନ୍ନ ଆଲୋଚନା ଚାଲିଛି।
The post ବଡ଼ ଭାଉଜଙ୍କୁ ଧରି ଦିଅର ଫେରାର: ଭଉଣୀ ନେଲେ ଏମିତି ପଦକ୍ଷେପ appeared first on Dharitri Odia News.