ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ
କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ ଥାଇ ଏସ୍ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁଇ ବର୍ଷ ତଳେ ସେ ବାରିପଦାସ୍ଥିତ ନିଜ ବାସଭବନରେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସେ ଦୁଇ ବର୍ଷ ଧରି ବିଭିନ୍ନ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଏପ୍ରିଲ ୧୯ ତାରିଖରେ ଏସ୍ସିବି ମେଡିକାଲକୁ ପ୍ରାୟ ସଂଜ୍ଞାହୀନ […] The post ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ appeared first on Dharitri Odia News.
କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ ଥାଇ ଏସ୍ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁଇ ବର୍ଷ ତଳେ ସେ ବାରିପଦାସ୍ଥିତ ନିଜ ବାସଭବନରେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସେ ଦୁଇ ବର୍ଷ ଧରି ବିଭିନ୍ନ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଏପ୍ରିଲ ୧୯ ତାରିଖରେ ଏସ୍ସିବି ମେଡିକାଲକୁ ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ଆସିଥିଲେ। ଡ. କୁଅଁର ଆଜୀବନ ଅବିବାହିତା ଥିଲେ।
ମିଳିଥିବା ସୂଚନା ମୁତାବକ, ଡ. ପୂର୍ଣ୍ଣିମା କୁଅଁର ୧୯୬୫ରେ ବୁର୍ଲାସ୍ଥିତ ଭିମ୍ସାର୍ରୁ ଏମ୍ବିବିଏସ୍ ପାସ୍ କରିଥିଲେ। ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ସେଠାକାର ଏକମାତ୍ର ଲେଡି ଆସିଷ୍ଟାଣ୍ଟ ସର୍ଜନ ଥିଲେ। ପରେ ସେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଷୟରେ ଏମ୍ଏସ୍ ପାସ୍ କରି ସେହିଠାରେ ହିଁ ଡାକ୍ତରୀ ଅଧ୍ୟାପନା କରିଥିଲେ।
ପରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ ଓ ବୁର୍ଲା ଭିମସାର୍ରେ ମଧ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ୧୯୯୯ରେ ସେ ବୁର୍ଲାସ୍ଥିତ ଭିମସାରରୁ ଅବସର ନେଇଥିଲେ। ପରେ କଟକର ଏକ ଘରୋଇ କ୍ଲିନିକରେ କିଛିବର୍ଷ କାର୍ଯ୍ୟ କରି ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ନିଜ ଘରକୁ ଚାଲିଯାଇଥିଲେ।
The post ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ appeared first on Dharitri Odia News.