କାହିଁକି ରଶି ଲଗାଇ ଝୁଲିପଡ଼ିଲେ ବିଜେଡି ନେତା: ଘଟଣା ପଛରେ ରହିଛି କି…
କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ),୨୬।୮: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଜମ୍ଭିରାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତୀ ନାୟକଙ୍କ ପୁତ୍ର ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ଚନ୍ଦ୍ର ନାୟକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ସେ ବ୍ରେନ୍ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି […] The post କାହିଁକି ରଶି ଲଗାଇ ଝୁଲିପଡ଼ିଲେ ବିଜେଡି ନେତା: ଘଟଣା ପଛରେ ରହିଛି କି… appeared first on Dharitri Odia News.
କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ),୨୬।୮: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଜମ୍ଭିରାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତୀ ନାୟକଙ୍କ ପୁତ୍ର ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ଚନ୍ଦ୍ର ନାୟକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ସେ ବ୍ରେନ୍ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ରବିବାର ଭୋର ୫ଟା ସମୟରେ ଘର ନିକଟସ୍ଥ ସୁନ୍ଦରୋକୁଇଲି ଶିବ ମନ୍ଦିର ପଛପଟେ ଥିବା ଏକ ଗଛରେ କାର୍ତ୍ତିକଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଖବରପାଇ ବାଲିଆପାଳ ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କାର୍ତ୍ତିକ ବିଜେଡିର ଜଣେ ଆଗଧାଡ଼ିରନେତା ଥିଲେ। ମା’ ସରପଞ୍ଚ ଥିବାବେଳେ ତାଙ୍କର ସମସ୍ତ କାର୍ଯ୍ୟ କରି ପଞ୍ଚାୟତରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ମୃତ୍ୟୁ ଖବର ପାଇ ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନା, ଭାଜପା ନେତା ରବୀନ୍ଦ୍ର ଅଣ୍ଡିଆ, ଗୋବିନ୍ଦ ପ୍ରସାଦ ଦାସ, ନିଶାକର ସେଠୀ, ଅଜୟ ସାମଲ,ପୂର୍ବତନ ସରପଞ୍ଚ ମନ୍ମଥ ନାୟକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ।
The post କାହିଁକି ରଶି ଲଗାଇ ଝୁଲିପଡ଼ିଲେ ବିଜେଡି ନେତା: ଘଟଣା ପଛରେ ରହିଛି କି… appeared first on Dharitri Odia News.