ଜଙ୍ଗଲରେ କେହି ଛାଡ଼ି ପଳାଇଥିଲେ ଶିଶୁପୁତ୍ର: ଉଦ୍ଧାରକଲା ଶିଶୁ ସୁରକ୍ଷା ଟିମ୍‌

ଦେବଗଡ,୨୧ /୫(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲା ଜମନକିରା ଥାନା ଅଧୀନ କସଡା ଗ୍ରାମ ନିକଟ ଜଙ୍ଗଲରୁ ସ୍ଥାନୀୟ ଜଣେ ମହିଳା ସୋମବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ଲାଳନପାଳନ ପାଇଁ ସେ ତାଙ୍କ ଭଉଣୀକୁ ଉକ୍ତ ଶିଶୁପୁତ୍ରକୁ ଦେଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ପହଞ୍ଚି ସମ୍ପୃକ୍ତ ମହିଳାଙ୍କ ଭଉଣୀଙ୍କଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ମହିଳା ଜଣଙ୍କ କେନ୍ଦୁପତ୍ର […] The post ଜଙ୍ଗଲରେ କେହି ଛାଡ଼ି ପଳାଇଥିଲେ ଶିଶୁପୁତ୍ର: ଉଦ୍ଧାରକଲା ଶିଶୁ ସୁରକ୍ଷା ଟିମ୍‌ appeared first on Dharitri Odia News.

ଜଙ୍ଗଲରେ କେହି ଛାଡ଼ି ପଳାଇଥିଲେ ଶିଶୁପୁତ୍ର: ଉଦ୍ଧାରକଲା ଶିଶୁ ସୁରକ୍ଷା ଟିମ୍‌

ଦେବଗଡ,୨୧ /୫(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲା ଜମନକିରା ଥାନା ଅଧୀନ କସଡା ଗ୍ରାମ ନିକଟ ଜଙ୍ଗଲରୁ ସ୍ଥାନୀୟ ଜଣେ ମହିଳା ସୋମବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ଲାଳନପାଳନ ପାଇଁ ସେ ତାଙ୍କ ଭଉଣୀକୁ ଉକ୍ତ ଶିଶୁପୁତ୍ରକୁ ଦେଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ପହଞ୍ଚି ସମ୍ପୃକ୍ତ ମହିଳାଙ୍କ ଭଉଣୀଙ୍କଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ମହିଳା ଜଣଙ୍କ କେନ୍ଦୁପତ୍ର ତୋଳିବା ପାଇଁ ଉକ୍ତ ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲରେ କେହିଜଣେ ଶିଶୁପୁତ୍ରକୁ ଫିଙ୍ଗି ପଳାଇଯାଇଥିଲେ। ଶିଶୁପୁତ୍ରର କାନ୍ଦ ଶୁଣି ମହିଳା ଜଣଙ୍କ ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ। ପରେ ଲାଳନପାଳନ ପାଇଁ ଦେବଗଡ଼ ଜିଲା ରିଆମାଳ ଥାନା ମହୁଳଦୂମା ଗ୍ରାମରେ ରହୁଥିବା ତାଙ୍କ ଭଉଣୀକୁ ଶିଶୁପତ୍ରକୁ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ସକାଳେ କେହି ଜଣେ ବ୍ୟକ୍ତି ଏ ସମ୍ପର୍କରେ ଚାଇଲ୍ଡଲାଇନକୁ ଫୋନ୍‌ରେ ଜଣାଇଥିଲେ। ଦେବଗଡ଼ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ମହୁଳଦୁମା ଗ୍ରାମରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଶିଶୁ ସୁରକ୍ଷା ଅଧିକାରିଣୀ କ୍ରାନ୍ତିମଞ୍ଜରୀ ଧାଉଁଳିଆଙ୍କ ନେତୃତ୍ୱରେ ଚାଇଲ୍ଡ ହେଳ୍ପଲାଇନର ସୂର୍ଯ୍ୟକାନ୍ତୀ ଭରାସାଗର, କରିସ୍ମା ମହାକୁଳ, ସୁଜିତ ନାୟକ, ପୋଷ୍ୟ ସନ୍ତାନ କେନ୍ଦ୍ରର ସୁମିତ୍ରା ତିର୍କି ପ୍ରମୁଖ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ମଙ୍ଗଳବାର ଅପରାହ୍ନରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଶିଶୁପୁତ୍ରର ଚିକିତ୍ସା କରାଯାଇଛି। ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ଓଜନ ୧ କିଲୋ ୭୦୦ ଗ୍ରାମ୍‌ ବୋଲି ଜଣାପଡିଛି। ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ। ଉପଯୁକ୍ତ ପ୍ରମାଣପତ୍ର ସହିତ ଶିଶୁପୁତ୍ରର କେହି ଦାବିଦାର ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ। ନଚେତ୍‌ ବିଭାଗୀୟ ପଦକ୍ଷେପ ଗ୍ରହଣ ସହିତ ପୌଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ଶିଶୁପୁତ୍ରକୁ ଥଇଥାନ କରାଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର କହିଛନ୍ତି। ଅପରପକ୍ଷରେ ଶିଶୁପୁତ୍ରକୁ ଆଶ୍ରୟ ଦେଇଥିବା ମହିଳା ଡାକ୍ତରଖାନାରେ ପହଞ୍ଚିଥିବାବେଳେ ବାରମ୍ବାର ଅଚେତ ହୋଇପଡୁଥିବା ଦେଖିବାକୁ ମିଳିଛି। ଉକ୍ତ ଶିଶୁପୁତ୍ରକୁ ସେ ପୁଅ କରି ରଖିବା ପାଇଁ ଚାହୁଁଛନ୍ତି।

The post ଜଙ୍ଗଲରେ କେହି ଛାଡ଼ି ପଳାଇଥିଲେ ଶିଶୁପୁତ୍ର: ଉଦ୍ଧାରକଲା ଶିଶୁ ସୁରକ୍ଷା ଟିମ୍‌ appeared first on Dharitri Odia News.