ମମତା ବାନାର୍ଜୀଙ୍କ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା: କହିଲେ, ଆପଣଙ୍କୁ ଏ ଅଧିକାର ଦେଲା କିଏ?
ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ତାତିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମମତାଙ୍କ ବୟାନକୁ ସେ କଡ଼ା ସମାଲୋଚନା କରିଛନ୍ତି। ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ପାଇଁ ଆପଣଙ୍କୁ ଅଧଇକାର କିଏ ଦେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। କୋଲକାତାର ଡାକ୍ତରୀ ଛାତ୍ର ଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗରେ ବିଜେପିର ବିକ୍ଷୋଭ ବେଳେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରିଥିଲେ। ମମତା ବାନାର୍ଜୀ ବାଂଲାଦେଶର ସ୍ଥିତି ସହିତ ପଶ୍ଚିମବଙ୍ଗର ସ୍ଥିତିକୁ ତୁଳନା କରି ପଡ଼ୋଶୀ ରାଜ୍ୟ କଥା ଉଲ୍ଲେଖ କରିଥିଲେ। ମମତା କହିଥିଲେ ବେଙ୍ଗଲରେ ନିଆଁ ଲାଗିଲେ, ଆସାମ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଦିଲ୍ଲୀ ବି ବର୍ତ୍ତି ଯିବନି। ଏଥିରେ ଓଡ଼ିଶାକୁ ନେଇ ମମତା ଏଭଳି ବୟାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏବଂ ସୋସିଆଲ୍ ମିଡିଆ ଏକ୍ସରେ ମମତାଙ୍କ ଭିଡିଓ କ୍ଲିପ୍ ଶେୟାର କରି ତାଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍ କରି ଲେଖିଛନ୍ତି “ମମତା ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ @MamataOfficial ଆପଣଙ୍କୁ ଏ ଅଧିକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରା
ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ତାତିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମମତାଙ୍କ ବୟାନକୁ ସେ କଡ଼ା ସମାଲୋଚନା କରିଛନ୍ତି। ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ପାଇଁ ଆପଣଙ୍କୁ ଅଧଇକାର କିଏ ଦେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
କୋଲକାତାର ଡାକ୍ତରୀ ଛାତ୍ର ଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗରେ ବିଜେପିର ବିକ୍ଷୋଭ ବେଳେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରିଥିଲେ। ମମତା ବାନାର୍ଜୀ ବାଂଲାଦେଶର ସ୍ଥିତି ସହିତ ପଶ୍ଚିମବଙ୍ଗର ସ୍ଥିତିକୁ ତୁଳନା କରି ପଡ଼ୋଶୀ ରାଜ୍ୟ କଥା ଉଲ୍ଲେଖ କରିଥିଲେ। ମମତା କହିଥିଲେ ବେଙ୍ଗଲରେ ନିଆଁ ଲାଗିଲେ, ଆସାମ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଦିଲ୍ଲୀ ବି ବର୍ତ୍ତି ଯିବନି।
ଏଥିରେ ଓଡ଼ିଶାକୁ ନେଇ ମମତା ଏଭଳି ବୟାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏବଂ ସୋସିଆଲ୍ ମିଡିଆ ଏକ୍ସରେ ମମତାଙ୍କ ଭିଡିଓ କ୍ଲିପ୍ ଶେୟାର କରି ତାଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍ କରି ଲେଖିଛନ୍ତି “ମମତା ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ @MamataOfficial ଆପଣଙ୍କୁ ଏ ଅଧିକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ।
ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ @MamataOfficial ଆପଣଙ୍କୁ ଏ ଅଧିକାର ଦେଲା କିଏ ?
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ… pic.twitter.com/SC4uVSS1nu— Mohan Charan Majhi (@MohanMOdisha) August 28, 2024
ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ।ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ। ଶାନ୍ତ ରହନ୍ତୁ।”
ମମତାଙ୍କ ବୟାନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ନିନ୍ଦା କରିଛନ୍ତି। ସେ କହିଛନ୍ତି “ ଦିଦି (ମମତା ବାନାର୍ଜୀ) ଆସାମକୁ ଧମକ ଦେବାର ସାହସ କେମିତି ହେଲା? ଆମକୁ ନାଲି ଆଖି ଦେଖାନ୍ତୁନି। ଆପଣଙ୍କର ରାଜନୈତିକ ବିଫଳତା ସାରା ଭାରତରେ ନିଆଁ ଲଗାଇବାକୁ ଚେଷ୍ଟା କରନ୍ତୁନି। ଆପଣଙ୍କୁ ଏଭଳି ବିଭାଜନକାରୀ ଭାଷା କହିବା ଶୋଭା ଦେଉ ନାହିଁ।”