ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି

କିଭ୍‌,୨୬।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛି। ଦୁଇ ବର୍ଷର ଯୁଦ୍ଧରେ ଉଭୟ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି, ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଏହା ଅନେକ ପରିବାର ଏବଂ ସମ୍ପ୍ରଦାୟକୁ ଭାଙ୍ଗି ଦେଇଛନ୍ତି ଏବଂ ଅର୍ଥନୀତିକୁ ଧ୍ୱଂସ କରିଛନ୍ତି। ଏହି ରକ୍ତାକ୍ତ ଯୁଦ୍ଧ […] The post ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି appeared first on Dharitri Odia News.

ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି

କିଭ୍‌,୨୬।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛି। ଦୁଇ ବର୍ଷର ଯୁଦ୍ଧରେ ଉଭୟ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି, ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଏହା ଅନେକ ପରିବାର ଏବଂ ସମ୍ପ୍ରଦାୟକୁ ଭାଙ୍ଗି ଦେଇଛନ୍ତି ଏବଂ ଅର୍ଥନୀତିକୁ ଧ୍ୱଂସ କରିଛନ୍ତି। ଏହି ରକ୍ତାକ୍ତ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ରୁଷିଆ ଆକ୍ରମଣ ପରେ ଆମେ ଆମର ୩୧ ହଜାର ସୈନିକଙ୍କୁ ହରାଇଛୁ। ଅନେକ କିଛି ହରାଇଛୁ। ତଥାପି ଆମେ ମୁଣ୍ଡ ନୁଆଁଇବୁ ନାହିଁ।
ଆମେରିକା ଭିତ୍ତିକ ଇନଷ୍ଟିଚ୍ୟୁଟ ଫର୍‌ ଷ୍ଟଡି ଅଫ ୱାର୍‌ ରିପୋର୍ଟ କରିଛି ଯେ, ରୁଷିଆ ବର୍ତ୍ତମାନ ୟୁକ୍ରେନର ୧୮ ପ୍ରତିଶତ ଅଞ୍ଚଳ ଦଖଲ କରିଛି। ରୁଷିଆର ସୈନ୍ୟବାହିନୀ ବର୍ତ୍ତମାନ ଡୋନେଟସ୍କ, ଲୁହାନସ୍କ, ଜାପୋରିଜିଆ, ଖେରସନ ଏବଂ ଖାର୍କିଭର କିଛି ଅଂଶ ଦଖଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରୁଷିଆଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପୁଟିନ ଗତ ବର୍ଷ ମଧ୍ୟସ୍ଥିଙ୍କ ମାଧ୍ୟମରେ ସର୍ବସାଧାରଣ ତଥା ବ୍ୟକ୍ତିଗତ ଭାବରେ ଆମେରିକାକୁ ସିଗନାଲ ପଠାଇଥିଲେ। ୟୁକ୍ରେନରେ ଯୁଦ୍ଧବିରାମ ପାଇଁ ରୁଷିଆ ପ୍ରସ୍ତୁତ ଅଛି।

The post ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି appeared first on Dharitri Odia News.