ଚିପକ୍ରେ ରାହୁଲ ଝଡ଼, ଛକା-ଚୌକା ବର୍ଷା; ସିଏସକେ ସାମ୍ନାରେ ୧୮୪ ରନ୍ର ଟାର୍ଗେଟ୍
ଚେନ୍ନାଇ: ଚିପକ୍ ସ୍ଲୋ ପିଚ୍ରେ ଛକା-ଚୌକା ବର୍ଷା । ଚେନ୍ନାଇ ସୁପର କିଙ୍ଗସ ଉପରେ ବର୍ଷିଲେ କେ.ଏଲ ରାହୁଲ । ୫୧ଟି ବଲ୍ ଖେଳି ୭୭ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୮୩ ରନ୍ ସଂଗ୍ରହ କରିଥିବା ବେଳେ ସିଏସକେ ସାମ୍ନାରେ ୧୮୪ ରନର ଟାର୍ଗେଟ୍ ରହିଛି । ଆଇପିଏଲ ମହାସମରରେ ଶନିବାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ଖେଳାଯାଇଛି । ଚିଦାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଧୁରନ୍ଧର ଟିମ୍ । ଡିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ୍ ଫ୍ରିଜର ଓ କେ.ଏଲ ରାହୁଲ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସିଏସକେର ଘାତକ ବୋଲିଂରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଜ୍ୟାକ୍ ଫ୍ରିଜର ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହାପରେ ଅଭିଷେକ୍ ପୋରେଲ୍ ରାହୁଲଙ୍କ ମିଶି ଦଳକୁ ଆଗକୁ ନେଇଥିଲେ । ଦ୍ବିତୀୟ ଓଭରରୁ ଚେନ୍ନାଇ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ପୋରେଲ୍ । ସେ ୨୦ଟି ବଲ୍ ଖେଳି ୩୩ ରନ ସଂଗ୍ରହ କରିଥିଲେ । ଏହା ପରେ ରାହୁଲ ଦେଖାଇଥିଲେ କରିସ୍ମା । ସେ ଡିସି ପାଇଁ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସ୍ଲୋ ପିଚ୍ରେ ୭୭ ରନ୍ର ପାଳି ଖେଳି ସିଏସକେକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲ
ଚେନ୍ନାଇ: ଚିପକ୍ ସ୍ଲୋ ପିଚ୍ରେ ଛକା-ଚୌକା ବର୍ଷା । ଚେନ୍ନାଇ ସୁପର କିଙ୍ଗସ ଉପରେ ବର୍ଷିଲେ କେ.ଏଲ ରାହୁଲ । ୫୧ଟି ବଲ୍ ଖେଳି ୭୭ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୮୩ ରନ୍ ସଂଗ୍ରହ କରିଥିବା ବେଳେ ସିଏସକେ ସାମ୍ନାରେ ୧୮୪ ରନର ଟାର୍ଗେଟ୍ ରହିଛି ।
ଆଇପିଏଲ ମହାସମରରେ ଶନିବାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ଖେଳାଯାଇଛି । ଚିଦାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଧୁରନ୍ଧର ଟିମ୍ । ଡିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ୍ ଫ୍ରିଜର ଓ କେ.ଏଲ ରାହୁଲ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସିଏସକେର ଘାତକ ବୋଲିଂରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଜ୍ୟାକ୍ ଫ୍ରିଜର ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହାପରେ ଅଭିଷେକ୍ ପୋରେଲ୍ ରାହୁଲଙ୍କ ମିଶି ଦଳକୁ ଆଗକୁ ନେଇଥିଲେ । ଦ୍ବିତୀୟ ଓଭରରୁ ଚେନ୍ନାଇ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ପୋରେଲ୍ । ସେ ୨୦ଟି ବଲ୍ ଖେଳି ୩୩ ରନ ସଂଗ୍ରହ କରିଥିଲେ । ଏହା ପରେ ରାହୁଲ ଦେଖାଇଥିଲେ କରିସ୍ମା । ସେ ଡିସି ପାଇଁ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସ୍ଲୋ ପିଚ୍ରେ ୭୭ ରନ୍ର ପାଳି ଖେଳି ସିଏସକେକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ସେହିପରି ଅଧିନାୟକ ଅକ୍ଷର ପଟେଲ୍, ସମୀର ରିଜଭୀ ଓ ଖ୍ରୀଷ୍ଟନ ଷ୍ଟବ୍ସ କ୍ରମାଗତ ଭାବେ ୨୧, ୨୦ ଓ ୨୪ ରନର ଇନିଂସ ଖେଳି ଦଳଗତ ସ୍କୋରକୁ ୧୮୩ରେ ପହଞ୍ଚାଇଥିଲେ । ଫଳରେ ଚେନ୍ନାଇ ସୁପର କିଙ୍ଗ ସାମ୍ନାରେ ୧୮୪ ରନର ଟାର୍ଗେଟ୍ ରହିଛି । ...